ମିଶନ ଡ୍ରିଙ୍କ୍‌ ଫ୍ରମ୍ ଟ୍ୟାପ୍

୨୦୧୯ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ବାର୍ଷିକ ରିପୋର୍ଟ କାର୍ଡରେ  ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଓଡ଼ିଶାବାସୀଙ୍କ ପାଖରେ ତଥ୍ୟ ରଖିଛନ୍ତି। ଟ୍ୟାପ ଖୋଲିଲେ ବାହାରୁଛି ଶୁଦ୍ଧ ପାନୀୟ ଜଳ । । ପ୍ରତି ପରିବାରକୁ ପିଇବା ପାଣି ଯୋଗାଇଦେବା ଲକ୍ଷରେ ଆରମ୍ଭ ହୋଇଛି ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା । ପୁରୀ ଦେଶର ପ୍ରଥମ ଡ୍ରିଙ୍କ ଫ୍ରମ ଟ୍ୟାପ ସହର ଓ ଗୋପାଳପୁର ଦ୍ବିତୀୟ । ଏବେ ରାଜ୍ୟର ୨୦ଟିଜିଲ୍ଲାରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା କାର୍ଯ୍ୟକାରୀ ହେଉଛି ।

ଦେଶର ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ୮୫ ସହରକୁ ଶତ ପ୍ରତିଶତ ପାଇପ୍ ପାଣି ଯୋଗାଣ ବ୍ୟବସ୍ଥା ହୋଇଛି। ଯୋଜନା ଜରିଆରେ ଘରକୁ ଘର ଅନ୍ତର୍ଜାତୀୟ ମାନର ୨୪ ଘଣ୍ଟିଆ ଜଳ ଯୋଗାଇ ଦିଆଯାଉଛି । ପ୍ରତି ପରିବାରକୁ ପିଇବା ପାଣି ଯୋଗାଇବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟକୁ ମିଶନ ମୋଡରେ କାର୍ଯ୍ୟକାରୀ କରାଯାଉଛି । ୨୦୨୩ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ସହରକୁ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାରେ ଯୋଡ଼ିବାର ଲକ୍ଷ୍ୟ ରଖାଯାଇଛି ।

୨୦୨୦ ସେପ୍ଟେମ୍ବରରେ ଭୁବନେଶ୍ବର ଓ ପୁରୀର ୧୨ଟି ପାଇଲଟ୍ ଜୋନରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ଆରମ୍ଭ କରାଯାଇଥିଲା । ୨୦୨୧ରେ ଦେଶର ପ୍ରଥମ ସହର ଭାବେ ପୁରୀ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ସୁବିଧା ପାଇଥିଲା । ଜଳ ଏକ ଅମୂଲ୍ୟ ଓ ପ୍ରାକୃତିକ ସମ୍ପଦ । ଏହାକୁ ନଷ୍ଟ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଦୈନିକ ମୁଣ୍ଡପିଛା ୭୦ ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଛି । ୫୭୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୬ ଟି ମେଗା ପାନୀୟ ଜଳ ପ୍ରକଳ୍ପ ସହିତ ୧୩୦୦୦ ସିଙ୍ଗଲ ଭିଲେଜ ପାଇପ ଜଳ ଯୋଗାଣ ପ୍ରକଳ୍ପ ଅନୁମୋଦନ କରାଯାଇଛିପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ଗ୍ୟାପ ଦ୍ଵାରା ଦୈନିକ ମୁଣ୍ଡପିଛା ୭୦ ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଛି । ୫୭୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୬ ଟି ମେଗା ପାନୀୟ ଜଳ ପ୍ରକଳ୍ପ ସହିତ ୧୩୦୦୦ ସିଙ୍ଗଲ ଭିଲେଜ ପାଇପ ଜଳ ଯୋଗାଣ ପ୍ରକଳ୍ପ ଅନୁମୋଦନ କରାଯାଇଛି । ଅଦ୍ୟାବଧୂ, ଗ୍ରାମାଞ୍ଚଳର ପ୍ରାୟ ୬୧ ପ୍ରତିଶତ ପରିବାର ଏହି ଯୋଜନାରେ ଉପକୃତ ହୋଇପାରିଛନ୍ତି।

Post Views80 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!