ଝାଡ଼ଖଣ୍ଡ ନିୟନ୍ତ୍ରଣରେ ସୁବର୍ଣ୍ଣରେଖା ପାଣି

ଚାଷକାର୍ଯ୍ୟ ପାଇଁ ସୁବର୍ଣ୍ଣରେଖା ନଦୀର ପାଣି ଉପରେ ନିର୍ଭର କରୁଛନ୍ତି ମୟୂରଭଞ୍ଜ ଜିଲ୍ଲାର ୨୦ ହଜାରରୁ ଅଧିକ ଚାଷୀ । ହେଲେ ସୁବର୍ଣ୍ଣରେଖା ପାଣି ଏବେ ସମ୍ପୂର୍ଣ୍ଣ ଭାବେ ଝାଡ଼ଖଣ୍ଡ ସରକାରଙ୍କ ନିୟନ୍ତ୍ରଣରେ ରହିଛି। ସୁବର୍ଣ୍ଣରେଖା ନଦୀର ଜଳ ପରିଚାଳନା ପାଇଁ ଝାଡ଼ଖଣ୍ଡର ଗାଲୁଡ଼ିହିଠାରେ ରହିଛି ବ୍ୟାରେଜ୍‌। ଏହି ବ୍ୟାରେଜ୍‌ରୁ ସୁବର୍ଣ୍ଣରେଖା କେନାଲ ଜରିଆରେ ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ୧୬ ହଜାର ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ରହିଛି। ବ୍ୟାରେଜ୍‌ରୁ କେବେ ପାଣି ଛଡ଼ାଯିବ, କେତେ ପାଣି ଛଡ଼ାଯିବ, ତାହା ଝାଡ଼ଖଣ୍ଡ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ତେବେ ବ୍ୟାରେଜ୍‌ରେ ଆବଶ୍ୟକ ପରିମାଣର ପାଣି ନଥିବା ଦର୍ଶାଇ ପ୍ରତିବର୍ଷ ପାଣି ଛାଡ଼ିବା‌ରେ ସମସ୍ୟା ସୃଷ୍ଟି କରାଯାଉଛି। ମୟୂରଭଞ୍ଜ ଚାଷୀ ଝାଡ଼ଖଣ୍ଡ ସରକାରଙ୍କ ହାତଟେକା ପାଣିକୁ ଭରସା କରି ହଇରାଣ ହେଉଛନ୍ତି। ୩ ଦଶନ୍ଧି ହେଲା ଏ ସମସ୍ୟା ଲାଗି ରହିଥିବା ବେଳେ ଓଡ଼ିଶା ସରକାର ଏହାର ସମାଧାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି।

Post Views4 Total Count

Apply Now


This will close in 0 seconds

error: Content is protected !!