କନ୍ଧମାଳରେ ଅଚ୍ଯୁତଙ୍କ 2.0 !

ଓଡିଶାର ପଛୁଆ ଜିଲ୍ଲା ହେଲେ ବି ରାଜନୀତି ଫୋକସରେ ରହିଛି କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀ । ଶାସକ ବିଜୁ ଜନତା ଦଳର ପାରମ୍ପରିକ ଗଡ଼ କୁହାଯାଉଥିବା କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନ ପାଖେଇ ଆସୁଥିବାରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ବର୍ତ୍ତମାନର ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ଦ୍ବିତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି । ଅଚ୍ୟୁତ ସାମନ୍ତଙ୍କୁ ଚ୍ୟାଲେଞ୍ଜ କରିବା ପାଇଁ ଭାରତୀୟ ଜନତା ପାର୍ଟି ସୁକାନ୍ତ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଦଳ ଅମୀର ଚାନ୍ଦ ନାୟକଙ୍କୁ ପ୍ରାର୍ଥୀ କରିଛି। ଦ୍ରୁତ ଗତିରେ ବିକଶିତ ହେଉଥିବା ରାଜନୈତିକ ଦୃଶ୍ୟପଟକୁ ଦୃଷ୍ଟିରେ ରଖି ଚୂଡ଼ାନ୍ତ ଫଳାଫଳକୁ ଉତ୍ସୁକତାର ସହ ଅପେକ୍ଷା କରାଯାଇଥିବା ବିଜେଡି ପ୍ରାର୍ଥୀ ଅଚ୍ଯୁତ ସାମନ୍ତଙ୍କ ସପକ୍ଷରେ ଜନମତ ଯିବା ଆଶା କରାଯାଉଛି ।

ରାଜ୍ୟ କିମ୍ବା ଦେଶ ନୁହେଁ ସାରା ବିଶ୍ବର ଜଣେ ଜଣାଶୁଣା ଚେହେରା ହେଉଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ । କଟକ ଜିଲ୍ଲା କଲରାବାଙ୍କ ଗାଁରେ ସେ ୧୯୬୫ ମସିହାରେ ଜନ୍ମଗ୍ରହଣ କରିଥିଲେ । ନିଜର ଆଦ୍ୟ ଜୀବନ ଗରିବି ମଧ୍ୟରେ କାଟିଥିବା ଅଚ୍ୟୁତ ସାମନ୍ତ ଉତ୍କଳ ବିଶ୍ବବିଦ୍ୟାଳୟ ରସାୟନ ବିଜ୍ଞାନରେ ଏମଏସସି କରିଥିବାବେଳେ ଅଧ୍ୟାପକ ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ପରେ ସେ କିଟ ବିଶ୍ବବିଦ୍ୟାଳୟ ଏବଂ କିସର ପ୍ରତିଷ୍ଠାତା ଭାବେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ । ଯାହାକି ଆଜି ଏକ ମହାଦ୍ରୁମରେ ପରିଣତ ହୋଇଛି । ଶିକ୍ଷାର ବିକାଶ ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସମୃଦ୍ଧ କରିବା ଦିଗରେ କାର୍ଯ୍ୟ କରୁଥିବା ଅଚ୍ୟୁତ ସାମନ୍ତ ବିଜେଡିରୁ ୨୦୧୮ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ପର୍ଯ୍ଯାୟରେ ୨୦୧୯ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା । ଏହି ନିର୍ବାଚନରେ ବଡ ବ୍ୟବଧାନରେ ଜିତି ସେ ଏବେ ସାଂସଦ ଭାବେ କାର୍ଯ୍ଯ କରୁଛନ୍ତି । ଦଳ ତାଙ୍କୁ ପୁଣିଥରେ ସେହି ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିଛି । ୨୦୧୯ ନିର୍ବାଚନରେ ଏହି ଆସନରେ ବିଜେପି ପ୍ରାର୍ଥୀ ଖାରବେଳ ସ୍ବାଇଁଙ୍କୁ ଅଚ୍ୟୁତ ସାମନ୍ତ ପ୍ରାୟ ଦେଢ ଲକ୍ଷ ଭୋଟ ବ୍ୟବଧାନରେ ହରାଇଥିଲେ ।

୨୦୧୯ରେ କନ୍ଧମାଳ ଲୋକସଭା ଆସନ ସହ ଏହା ଅଧୀନରେ ଆସୁଥିବା ସମସ୍ତ ୭ ବିଧାନସଭା ଆସନକୁ ପୋଛି ନେଇଛିଥିଲା ବିଜେଡି। ବିଜେପି ଓ କଂଗ୍ରେସ ଖାତା ଖୋଲିବାରେ ସକ୍ଷମ ହୋଇ ପାରିନଥିଲେ । କନ୍ଧମାଳ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ବିଜୟୀ ହୋଇଛଥିଲେ । ସେ ବିଜେପିର ହେଭିୱେଟ ନେତା ଖାରବେଳ ସ୍ବାଇଁଙ୍କୁ ପାଖାପାଖି ଦେଢ଼ ଲକ୍ଷ ଭୋଟ ବ୍ୟବଧାନରେ ହରାଇଥିଲେ । ଅଚ୍ୟୁତ ସମୁଦାୟ ୪ ଲକ୍ଷ ୬୧ହଜାର ୬୭୯ ଖଣ୍ଡ ଭୋଟ ପାଇଥିବା ବେଳେ ଖାରବେଳଙ୍କୁ ମିଳିଥିଲା ୩ ଲକ୍ଷ ୧୨ହଜାର ୪୬୩ ଖଣ୍ଡ ଭୋଟ। କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ଆଚାର୍ଯ୍ୟ ୧ ଲକ୍ଷ ୩୮ ହଜାର ୯୯୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

ଅଚ୍ୟୁତ କଟକ ଜିଲ୍ଲା କଲରାବାଙ୍କ ଗ୍ରାମରେ ୧୯୬୫ ମସିହାରେ ଅନାଦି ଚରଣ ସାମନ୍ତ ଏବଂ ନୀଳିମା ରାଣୀ ସାମନ୍ତଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଯେତେବେଳେ ମାତ୍ର ୪ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ବାପାଙ୍କୁ ଭଗବାନ ଛଡାଇନେଇଥିଲେ । ଅଚ୍ୟୁତଙ୍କ ପାଇଁ ଭାତ ମୁଠେ ଖାଇବା ବି ଦିନେ ସ୍ବପ୍ନ ଥିଲା । ମାଆ ପରଘରେ ଧାନକୁଟି ଆଣିଲେ ଚୁଲି ଜଳୁଥିଲା । ଯାହାକିଛି ରୋଜଗାର ହେଉଥିଲା କରଜ ସୁଝାକୁ ବି ନିଅଣ୍ଟ ପଡୁଥିଲା । ହେଲେ ସେଦିନ ସେ ଦୁର୍ଦ୍ଦିନରେ ଭାଙ୍ଗିପଡିନଥିଲେ ଅଚ୍ଯୁତ । ନିଜେ ଦମ୍ଭ ଧରିବା ସହ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଥିଲେ ।

ପରବର୍ତ୍ତୀ ଉତ୍କଳ ବିଶ୍ବବିଦ୍ୟାଳୟରୁରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ଲାଭ କରିଥିଲେ । ମହର୍ଷି କଲେଜରେ ରସାୟନ ବିଜ୍ଞାନ ଅଧ୍ୟାପକ ଭାବେ କାମ କଲାବେଳେ କିଛି ନୂଆ କରିବା ପାଇଁ ତାଙ୍କ ମନକୁ ଆସିଲା । ଧାର କରଜ କରି ଭୁବନେଶ୍ଵରରେ ଦୁଇଟି ଭଡ଼ା ଘରୁ ଆରମ୍ଭ କରିଥିଲି ଦୁଇଟି ସଂସ୍ଥା । ୧୨ ଜଣ ଛାତ୍ରଛାତ୍ରୀ ଓ ଦୁଇ ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ କରିଥିବା ସେହି ସଂସ୍ଥା ଆଜି କିଟ୍ ଓ କିସ୍ ନାଁରେ ବିଶ୍ଵ ପରିଚିତ । ଏ ଲମ୍ବା ଯାତ୍ରା ଭିତରେ ଅନେକ ପ୍ରତିକୂଳ ପରିସ୍ଥିତି ଆସିଛି । କିନ୍ତୁ ଧୈର୍ଯ୍ୟ ହିଁ ଅଚ୍ୟୁତଙ୍କର ବଳ ସାଜିଛି । ତାଙ୍କ ସଂଘର୍ଷ ଆଜି ଓଡ଼ିଶାରେ କିଟ୍ ଏବଂ କିସ୍ ଏକ ବିଲିଅନ ଡଲାର ବ୍ରାଣ୍ଡିଂ ତିଆରି କରିଛି ।

୭ ମାର୍ଚ୍ଚ ୨୦୧୮ ମସିହାରେ ଅଚ୍ୟୁତ ସାମନ୍ତ ରାଜନୀତିରେ ପ୍ରବେଶ କରିଥିଲେ । ସେ ବିଜେଡିରେ ଯୋଗଦାନ କରି ୪ ଅପ୍ରେଲ, ୨୦୧୮ ମସିହାରେ ସେ ରାଜ୍ୟସଭାର ସଦସ୍ୟ ଭାବରେ ଯୋଗଦାନ କରିଥିଲେ । ପରେ ସେ କନ୍ଧମାଳରୁ ବିଜେଡିର ଲୋକସଭା ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦିତା କରି କରି ବିଜୟୀ ହୋଇଥିଲେ । ନିଜର ପରିଶ୍ରମ ଓ ନିଷ୍ଠା କାରଣରୁ ଜଣେ ପ୍ରେରଣାଦାୟୀ ମଣିଷ ଭାବେ ସାରା ବିଶ୍ବରେ ଅଚ୍ୟୁତ ସାମନ୍ତ ବେଶ୍ ପରିଚିତ ।

 

Post Views72 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!