ସରଗରମ ହୋଇଛି ବାରବାଟୀ-କଟକ ରାଜନୀତି। ବାରବାଟୀ-କଟକରେ ହେବ କଡ଼ା ଫାଇଟ୍ ହେବ। ବାରବାଟୀରେ ବାପାଙ୍କ ବଦଳରେ ଝିଅଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ମହମ୍ମଦ ମୋକିଙ୍କ ଝିଅ ସୋଫିଆ ଫିରଦୋସଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ମହମ୍ମଦ ମୋକିମଙ୍କ ଝିଅ ହେଉଛନ୍ତି ସୋଫିଆ ଫିରଦୋସ। ବର୍ତ୍ତମାନ ମୋକିମଙ୍କ ବିଶାଳ ବିଲଡର ସଂସ୍ଥାକୁ ସମ୍ଭାଳୁଛନ୍ତି ।ସୋଫିଆ ଏବେ ମେଟ୍ରୋ ଗାର୍ଡେନ ଇଷ୍ଟେଟ ପ୍ରାଇଭେଟ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ଅଛନ୍ତି। ଏଥିସହ ସେ କ୍ରେଡ଼ାଇ ଭୁବନେଶରର ମଧ୍ୟ ସଭାପତି ଅଛନ୍ତି। ତେବେ ଏକ ବଡ଼ ବ୍ୟବସାୟୀ କମ୍ପାନୀର ନେତୃତ୍ୱ ନେଉଥିବା ସୋଫିଆ ଏବେ କଟକ ବାରବାଟୀ ଆସନ ପାଇଁ ଚର୍ଚ୍ଚାରେ ଅଛନ୍ତି।
ବାରବାଟୀ-କଟକ ଆସନରୁ ୨୦୧୯ରେ ମୋକିମ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ୫୦ହଜାର ଭୋଟ ପାଇ ବିଜୟୀ ହୋଇଥିଲେ। ହେଲେ ଭିଜିଲାନ୍ସ ଦୁର୍ନୀତି ମାମଲାରେ ହାଇକୋର୍ଟ ଏଥର ମୋକିମଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ ଲଗାଇଛନ୍ତି । ସୁପ୍ରିମକୋର୍ଟ ତାଙ୍କୁ ମଧ୍ଯ ଆଶ୍ୱସ୍ତି ଦେଇନାହାନ୍ତି । ଏଣୁ କଟକ ବାରବାଟୀ ଆସନରୁ କଂଗ୍ରେସ ସୋଫିଆ ମୈଦାନକୁ ଓହ୍ଲାଇଛନ୍ତି। ସମର୍ଥକ, ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା ପରେ କଟକ-ବାରବାଟୀ ଆସନରୁ ସୋଫିଆ ଫିରଦୌସ ପ୍ରାର୍ଥୀ ହୋଇଛନ୍ତି । ବାପା ମୋକିମ ନିଜର ଝିଅ ପ୍ରଚାରର ମଙ୍ଗ ଧରିଛନ୍ତି । ଘରେ ଘରେ ଲୋକମାନଙ୍କ ପାଖରେ ପହଞ୍ଚି ପ୍ରଚାର ଅଭିଯାନକୁ ଜୋରଦାର ଚଳାଇଛନ୍ତି ସୋଫିଆ ।

ନାମାଙ୍କନ ଭରିସାରିଛନ୍ତି ସୋଫିଆ ଫିରଦୋସ । କଟକ ବାରବାଟୀ କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ଭାବରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ସୋଫିଆ । ବିନା ଶୋଭାଯାତ୍ରାରେ ମାତ୍ର ଅଳ୍ପ କିଛି କର୍ମୀ ଓ ବାପା ମହମ୍ମଦ ମୋକିମଙ୍କୁ ସାଙ୍ଗରେ ନେଇ ବିଧିବଦ୍ଧ ଭାବରେ ନିର୍ବାଚନୀ ନାମାଙ୍କନ ଦାଖଲ କରିଥିଲେ ।ତେବେ ଅନ୍ୟ ପ୍ରାର୍ଥୀମାନେ ବିରାଟ ଶୋଭାଯାତ୍ରାରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ଯାଉଥିବା ବେଳେ ସୋଫିଆଙ୍କ ପାଖରେ କିଛି ଭିନ୍ନ ଦେଖିବାକୁ ମିଳିଛି । ମାତ୍ର ଅଳ୍ପ କିଛି କର୍ମୀଙ୍କ ସହ ଯାଇ ନାମାଙ୍କନ ଭରିଛନ୍ତି ସୋଫିଆ ।
ଏବି ଅବସରରେ ସୋଫିଆ ଫିରଦୋସ କହିଛନ୍ତି, “ବାରବାଟୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଶାସନ ସମୟରେ ବିକାଶ ଅନେକ ମାତ୍ରାରେ ଆଗକୁ ଯାଇଛି । ବାପା ମହମ୍ମଦ ମୋକିମଙ୍କ କାର୍ଯ୍ୟକାଳ ସମୟରେ ଗତ ପାଞ୍ଚ ବର୍ଷ ମଧ୍ୟରେ କଟକ ସହରରେ ଯେଉଁ ବିକାଶ ହୋଇଛି ସେହି କାର୍ଯ୍ୟକୁ ବଜାୟ ରଖିବା ପାଇ ଏହି ଦାୟିତ୍ୱ ମୁଣ୍ଡକୁ ନେଇଛି । ଏଥିପାଇଁ ସମସ୍ତଙ୍କ ଆଶୀର୍ବାଦ କାମନା କରୁଛି । କଟକବାସୀ ବିକାଶ ଚାହୁଁଛନ୍ତି ଏବଂ ବିକାଶ କେବଳ କଂଗ୍ରେସର ବିଜୟୀରେ ସମ୍ଭବ ହେବ । ବହୁ ମାର୍ଜିନରେ କଂଗ୍ରେସର ବିଜୟୀ ହେବ ।

