ପାରଳାଖେମୁଣ୍ଡି ବିଗ୍ ଫାଇଟରେ ବାଜିମାରି ନେବେ ରୂପେଶ ପାଣିଗ୍ରାହୀ !

ଦକ୍ଷିଣ ଓଡ଼ିଶାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ ପାରଳାଖେମୁଣ୍ଡି। ରାଜ୍ୟର ଅନ୍ୟତମ ହାଇପ୍ରୋଫାଇଲ ଓ ହାଇଭୋଲଟେଜ ଲଢ଼େଇ ଏହି ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିବ । ନବାଗତ-ଅଭିଜ୍ଞ-ହେଭିୱେଟଙ୍କ ପାରଳା ମହାଲଢ଼େଇରେ ବିଜେଡିର ଯୁବ ଚେହେରା ଇଂ. ରୂପେଶ ପାଣିଗ୍ରାହୀ ବାଜି ମାରିନେବା ନେଇ ରାଜନୈତିକ କରିଡ଼ରେ ଚର୍ଚ୍ଚା, ଆଲୋଚନା ଜୋର ରହିଛି । ହାଇଟେକ୍ ଗ୍ରୁପର ଅଧ୍ୟକ୍ଷ,ଉଦ୍ୟୋଗୀ ତଥା ରାଜନୀତିରେ ପୁରୁଖା ରାଜନେତା ଡ.ତିରୁପତି ପାଣିଗ୍ରାହୀଙ୍କ ପୁଅ ରାଜନୀତିରେ ନବାଗତ ନାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ ଖୁବ କମ ଦିନରେ ଲୋକଙ୍କ ଭରସା ଓ ବିଶ୍ୱାସ ଜିତିବା ସହ ସବୁବର୍ଗର ଭୋଟରଙ୍କ ପସନ୍ଦର ନେତା ପାଲଟିଛନ୍ତି।

ଇଂ. ରୂପେଶ ପାଣିଗ୍ରାହୀ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ସମାପନ କରି ରାଜନୀତିରେ ପାଦ ଥାପିଥିଲେ । ତାଙ୍କ ପିତା ଗତଥର ପ୍ରଥମ କରି ରାଜୀତିରେ ନିଜ ଭାଗ୍ୟ ପରୀକ୍ଷା ନମନ୍ତେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ । ତେବେ ଏଥର ତାଙ୍କ ପୁଅ ଇଂ. ରୂପେଶ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି ବିଜେଡି ।
ଇଂ. ରୂପେଶ କୁମାର ପାଣିଗ୍ରାହୀ ରାଜନୀତିରେ ନବାଗତ ଓ ଅନଭିଜ୍ଞ ରହିଥିଲେ ମଧ୍ୟ । ତାଙ୍କର ସେବା ମନୋଭାବ, ଅଞ୍ଚଳର ବିକାଶ ଓ ଉନ୍ନତି ନିମନ୍ତେ ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି । ବ୍ୟକ୍ତିଗତ ସ୍ତରରେ ଭୋଟରଙ୍କ ସହ ଯୋଡ଼ିହେବା, ସୋସିଆଲ୍ ମିଡିଆ ପ୍ଲାଟଫର୍ମ ହେଉ ଅବା ଗ୍ରାମ୍ୟ ବୈଠକ, ତୃଣମୂଳସ୍ତରରେ ଅଭିଯାନ, ସଂଗଠନକୁ ସୁଦୃଢ଼ କରିବା, ଭୋଟରଙ୍କ ମଧ୍ୟରେ ଆସ୍ଥା ଏବଂ ବିଶ୍ୱସ୍ତତା ସୃଷ୍ଟି କରିବା, ସ୍ୱେଚ୍ଛାସେବୀ ନେଟୱାର୍କ, ବିଭିନ୍ନ ଆଞ୍ଚଳିକ ଉନ୍ନତି ପାଇଁ କାର୍ଯ୍ୟରତ ମିଳିତ ମଞ୍ଚକୁ ସଶକ୍ତ କରିବା, ମହିଳାଙ୍କ ଗୋଷ୍ଠୀଙ୍କ ବିକାଶ ନିମନ୍ତେ  ଆଗଧାଡ଼ିରେ ରହି କାର୍ଯ୍ୟ କରିଛନ୍ତି । ଫଳରେ ୨୦୧୯ରେ ରାଜପରିବାରର କଲ୍ୟାଣି ଗଜପତିଙ୍କୁ ପ୍ରାର୍ଥୀ କରିଥିବା ବିଜେଡି ଏଥର ପାରଳାରେ ରୂପେଶଙ୍କ ଲୋକପ୍ରିୟତା ଓ ଯୁବନେତା ଭାବେ ଭୋଟରଙ୍କ ପସନ୍ଦକୁ ନେଇ ତାଙ୍କୁ ପ୍ରାର୍ଥୀ କରିଛି ।

ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଲୋକାଭିମୁଖୀ ଜନମଙ୍ଗଳକାରୀ ଯୋଜନା ସହ ପାରଳାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ କରିଥିବା ମାଷ୍ଟର ପ୍ଲାନକୁ ଆଧାରରେ ଭୋଟ ଭିକ୍ଷା କରି ଭୋଟରଙ୍କ ମନ ଜିଣୁଛନ୍ତି ରୂପେଶ । ମାତ୍ର ପାରଳା ବିଜୟ ରୂପେଶଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ । ବିପକ୍ଷ ବିଜେପି ଓ କଂଗ୍ରେସର ହେଭିୱେଟଙ୍କ ସହ ତାଙ୍କର ମୁହାଁମୁହିଁ ଲଢ଼େଇ ହେବ। ତେବେ ନବୀନଙ୍କ ବିପୁଳ ଜନସମର୍ଥନ ଓ ବିଜେପି ବିଧାୟକଙ୍କ ଉପରେ ଅତିଷ୍ଠ ଅଞ୍ଚଳବାସୀ, କଂଗ୍ରେସର ପକେଟ୍ ଭୋଟରଙ୍କ ଅସ୍ଥିରତା ରୂପେଶଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ନେଇ ରାଜନୈତିକ ବିଶ୍ଲେଷକଙ୍କ ପୂର୍ବାନୁମାନ ରହିଛି ।

ସୂଚନା ଯୋଗ୍ୟ ଯେ, ପାରଳାଖେମୁଣ୍ଡିରେ ମହାଲଢ଼େଇରେ ବିଜେଡି-ବିଜେପି-କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇରେ ରୂପେଶଙ୍କ ବିପକ୍ଷରେ ଜନସମର୍ଥନ ଯିବା ନେଇ କୁହାଯାଉଛି । ଏହି ଆସନରେ ବିଜେପି ବିଧାୟକ କେ. ନାରାୟଣ ରାଓଙ୍କୁ ପୁଣି ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସରୁ ବିଜୟ ପଟ୍ଟନାୟକଙ୍କୁ ଟିକେଟ୍ ମିଳିଛି । ଗତଥର ସ୍ବାଧୀନ ପ୍ରାର୍ଥୀ ତିରୁପତି ପାଣିଗ୍ରାହୀଙ୍କୁ ୧୫ହଜାରରୁ ଅଧିକ ଭୋଟରେ ହରାଇଥିଲେ କେ. ନାରାୟଣ ରାଓ । ୨୦୦୯ରେ କେ ନାରାୟଣ ରାଓ ବିଜେଡିରୁ ନିର୍ବାଚିତ ହୋଇଥିଲେ । ୨୦୧୪ରେ କଂଗ୍ରେସ ବାଜି ମାରିଥିବା ବେଳେ ୨୦୧୯ରେ କେ ନାରାୟଣ ରାଓଙ୍କୁ ଟିକେଟ୍ ଦେଇନଥିଲା ବିଜେଡି । ସେ ଦଳ ଛାଡି ବିଜେପିରେ ମିଶିବା ସହ ଦଳୀୟ ଟିକେଟରେ ଲଢି ବିଜୟ ହାସଲ କରିଥିଲେ। ୨୦୧୯ରେ ରାଜପରିବାରର କଲ୍ୟାଣି ଗଜପତିଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ପରାଜିତ ହୋଇଥିଲେ । ତେବେ ଏଥର ବିଜେଡି ଏଥର ଯୁବ ଚେହେରାଙ୍କୁ ଟିକେଟ୍ ଦେଇଛି । ଏହାସହ ଏହି ଯୁବ ଚେହେରା ଇଂ. ରୂପେଶ ପାଣିଗ୍ରାହୀ ପୁନର୍ବାର ଏଠାରେ ବିଜେଡି ବିଜୟବାନା ଉଡ଼ାଇବା ସହ ବୃହତ ଭୋଟରେ ଜିତିବେ ବୋଲି କୁହାଯାଉଛି ।

Post Views102 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!