୫୦ ବର୍ଷୀୟ ମହିଳାଙ୍କୁ ୬ ଖଣ୍ଡ କରି କାଟି ବସ୍ତାରେ ଲୁଚାଇଥିଲା ଅଭିଯୁକ୍ତ

୫୦ ବର୍ଷୀୟା ଅନୀତା ଚୌଧୁରୀଙ୍କୁ ୬ ଖଣ୍ଡ କରି କାଟିବା ପରେ ଏକ ପ୍ଲାଷ୍ଟିକ ବ୍ୟାଗରେ ଭରି ଘର ପାଖରେ ଏକ ଗାତରେ ପୋତିଥିଲା ଅଭିଯୁକ୍ତ ।

ଖବର ମୁତାବକ, ଅନୀତା ଚୌଧୁରୀ ୨୮ ଅକ୍ଟୋବର ଅପରାହ୍ନର ବ୍ୟୁଟିପାର୍ଲର ବନ୍ଦ କରି ଘରକୁ ଫେରିନଥିଲେ । ପରଦିନ ଅନୀତାଙ୍କ ସ୍ବାମୀ ମନମୋହନ ଚୌଧୁରୀ ଯୋଧପୁର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜରେ ଅନୀତା ଗତ ୨୭ ତାରିଖରେ ଏକ ଅଟୋରେ କେଉଁଆଡ଼େ ଯାଉଥିବା ଦେଖିବାକୁ ମିଳିଥିଲା ।

ପୋଲିସ ଅଟୋ ଚାଳକଙ୍କୁ ଖୋଜାଖୋଜି କରି ପଚରାଉଚରା କରିଥିଲା।
ପୋଲିସ ଯାଞ୍ଚରୁ ଜାଣିବାକୁ ପାଇଲା କି, ପାର୍ଲର ନିକଟ ଏକ ଘର ପାଖରେ ଅଟୋ ଅଟକିଥିଲା । ଉକ୍ତ ଘରଟି ଅଭିଯୁକ୍ତ ଗୁଲାମୁଦ୍ଦିନଙ୍କର ବୋଲି ଜଣାଯାଇଛି । ମାତ୍ର ଗୁଲାମୁଦ୍ଦିନ ଫେରାର ହୋଇ ଯାଇଥିବା ବେଳେ ପୋଲିସ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା । ଅନୀତା ଜଣେ ବ୍ୟୁଟିସିଆନ ଭାବେ କାମ କରୁଥିବା ବେଳେ ପ୍ରପଟି ଡିଲର ଭାବେ ମଧ୍ୟ କାମ କରୁଥିଲେ ।

ବହୁ ପଚରାଉଚରା ପରେ ଗୁଲାମୁଦ୍ଦିନଙ୍କ ପରିବାର ଲୋକେ କହିଥିଲେ ଯେ, ସେମାନେ ଅନୀତାଙ୍କୁ ହତ୍ୟା କରି ୬ ଖଣ୍ଡ କରି ଦେଇଥିଲେ । ଏହାପରେ ଏକ ପଲିଥିନରେ ଭର୍ତ୍ତି କରି ପାଖରେ ଥିବା ୧୦ ଫୁଟ ଗଭୀରକୁ ଫୋପାଡ଼ି ଦେଇଥିବା ମାନିଥିଲେ । ପୋଲିସ ଖୋଜାଖୋଜି କରି ୧୦ ଫୁଟ ଖାଇରୁ ବସ୍ତା ଉଦ୍ଧାର କରିଥିଲା । ଏହାପରେ ବସ୍ତା ଖୋଲିବା ପରେ ସେଥିରୁ ଖଣ୍ଡ ଖଣ୍ଡ ମୃତଦେହ ପାଇଥିଲା ପୋଲିସ । ତେବେ ଏପରି ବୀଭତ୍ସ ହତ୍ୟାକାଣ୍ଡ ପଛର କାରଣ ଜଣା ପଡିନାହିଁ । ପୋଲିସ ଅନୀତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!