ଝୁଲନ୍ତା ଅବସ୍ଥାରେ ଉପସ୍ଥାପିକାଙ୍କ ମୃତଦେହ ଉଦ୍ଧାର

ଗୋଟିଏ ତେଲୁଗୁ ଟିଭି ନ୍ୟୁଜ ଚ୍ୟାନେଲର ଉପସ୍ଥାପିକାଙ୍କ ମୃତଦେହ ତାଙ୍କ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ତାଙ୍କ ନାଁ ସ୍ୱେଚ୍ଛା ଭୋଟାରକର ଓ ବୟସ ୩୫ ବର୍ଷ। ସେ ଟି ନ୍ୟୁଜ ନାମକ ଚ୍ୟାନେଲରେ କାମ କରୁଥିଲେ। ସ୍ୱେଚ୍ଛା ତାଙ୍କ ମା’ ଓ ୧୩ ବର୍ଷର ଝିଅଙ୍କ ସହ ହାଇଦ୍ରାବାଦର ଚିକ୍କାଡପାଲୀ ସ୍ଥିତ ଗୋଟିଏ ଆପାର୍ଟମେଣ୍ଟରେ ରହୁଥିଲେ। କିନ୍ତୁ ଶୁକ୍ରବାର ସନ୍ଧ୍ୟାରେ ସ୍ୱେଚ୍ଛାଙ୍କ ମୃତଦେହ ଘରର ବେଡ ରୁମରୁ ଝୁଲନ୍ତା ଅବସ୍ଥାରେ ମିଳିଛି।

ପ୍ରାଥମିକ ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ସ୍ୱେଚ୍ଛାଙ୍କ ଝିଅ ସ୍କୁଲରୁ ଘରକୁ ଫେରିଥିଲେ। ସେ ମା’ଙ୍କ ବେଡ ରୁମର କବାଟ ଭିତରୁ ବନ୍ଦ ଥିବା ଦେଖି ବାରମ୍ବାର ଏହାକୁ ବାଡ଼େଇଥିଲେ। କିନ୍ତୁ ଭିତରକୁ କୌଣସି ଉତ୍ତର ମିଳି ନଥିଲା। ଏଥିରେ ବ୍ୟସ୍ତ ହୋଇ ପିଲାଟି ପଡ଼ୋଶୀଙ୍କୁ ଖବର ଦେଇଥିଲା। ସେମାନେ କବାଟ ଭାଙ୍ଗି ଭିତରକୁ ଯିବା କ୍ଷଣି ସ୍ୱେଚ୍ଛା ସିଲିଂ ଫ୍ୟାନ୍ସରେ ଗୋଟିଏ ଲୁଙ୍ଗି ଦ୍ୱାରା ଝୁଲି ରହିଥିଲେ।

ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ୍‌ ହସ୍ପିଟାଲ ସହ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ସ୍ୱେଚ୍ଛା ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ହେଁ ପୁଲିସ୍‌ ସବୁ ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରିଛି।

ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ସ୍ୱେଚ୍ଛା ତାଙ୍କର ଝିଅ ଓ ମା’ଙ୍କ ସହ ରହୁଥିଲେ। ତାଙ୍କର ଜଣେ ପୁରୁଷ ବନ୍ଧୁ ମଧ୍ୟ ଉକ୍ତ ଆପାର୍ଟମେଣ୍ଟକୁ ନିୟମିତ ଆସନ୍ତି। ସମ୍ଭବତଃ ଉକ୍ତ ବନ୍ଧୁଙ୍କ ସହ ମତାନ୍ତର ଯୋଗୁ ସେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।

ସ୍ୱେଚ୍ଛାଙ୍କ ବାପା ଶଙ୍କର ଆନ୍ଧ୍ର ପ୍ରଦେଶର ପିଡିଏସ୍‌ୟୁର ରାଜ୍ୟ ସଭାପତି ଭାବେ କାମ କରୁଥିଲେ। ମା’ ଶ୍ରୀଦେବୀ ଗୋଟିଏ ମହିଳା କଲ୍ୟାଣ ସଂଗଠନ ସହ ଜଡ଼ିତ। ନିକଟରେ ସ୍ୱେଚ୍ଛା ଜର୍ଣ୍ଣାଲିଷ୍ଟ ହାଉସିଂ ସୋସାଇଟି ନିର୍ବାଚନରେ କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟ ଭାବେ ବିଜୟୀ ହୋଇଥିଲେ।

ତେଲୁଗୁ ନ୍ୟୁଜ ଇଣ୍ଡଷ୍ଟ୍ରୀରେ ସ୍ୱେଚ୍ଛା ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ଧରି ସକ୍ରିୟ ଥିଲେ। କିନ୍ତୁ ହଠାତ୍‌ ସେ ଆତ୍ମହତ୍ୟା କରିବା ସମସ୍ତଙ୍କୁ ଚକିତ କରିଛି।

Post Views4 Total Count

Apply Now


This will close in 0 seconds

error: Content is protected !!