ଜନ୍ତରମନ୍ତରକୁ କାହିଁକି ଘୋଷଣା କରାଗଲା ରାଜଧାନୀ ଦିଲ୍ଲୀର ମୁଖ୍ୟ ଧାରଣାସ୍ଥଳ?

ଭାରତର ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତର, ରାଜଧାନୀ ଦିଲ୍ଲୀର ମୁଖ୍ୟ ଧାରଣାସ୍ଥଳ। ବଡ ବଡ ବିକ୍ଷୋଭ ପ୍ରଦର୍ଶନ ଏଇଠି ହେଉଛି। ପୂର୍ବରୁ ରାଜଧାନୀରେ ରାଜଘାଟ, ବୋଟ କ୍ଲବ ଓ ଆକବର ରୋଡରେ ଲୋକେ ବିରୋଧ ପ୍ରଦର୍ଶନ କରୁଥିଲେ। ତେବେ କେବେ ଓ କାହିଁକି ଜନ୍ତରମନ୍ତରକୁ ବିକ୍ଷୋଭସ୍ଥଳ ଭାବେ ଘୋଷଣା କରାଗଲା ଆସନ୍ତୁ ଜାଣିବା।
୧୯୮୮ ମସିହାରେ ଉତ୍ତରପ୍ରଦେଶ କୃଷକ ନେତା ମହେନ୍ଦ୍ର ସିଂ ଟିକାୟତ ଦିଲ୍ଲୀରେ କୃଷକ ଆନ୍ଦୋଳନ ଡାକରା ଦେଲେ। ଟିକାୟତଙ୍କ ଆହ୍ୱାନରେ ଚାଷୀମାନେ ଶଗଡ଼ଗାଡିରେ ଦିଲ୍ଲୀ ପହଞ୍ଚିବାରେ ଲାଗିଲେ। ଏମାନେ ପ୍ରଥମେ ରାଜଘାଟ ପହଞ୍ଚିଥିଲେ।
ଏହି କୃଷକ ଆନ୍ଦୋଳନରେ ପ୍ରାୟ ୫ଲକ୍ଷ ଚାଷୀ ଯୋଗଦେଇଥିଲେ। ଫଳରେ ରାଜଧାନୀ ଦିଲ୍ଲୀ ଚାଷୀ, ସେମାନଙ୍କ ଶଗଡ ଓ ବଳଦ, ମଇଁଷିରେ ଭରି ଯାଇଥିଲା। ଦିଲ୍ଲୀରେ ଜୁଆଡେ ଚାହିଁଲେ ବଳଦ,ମଇଁଷି ଓ ଶଗଡ ଦେଖିବାକୁ ମିଳୁଥିଲା।
ଏଣୁ ରାଜଧାନୀ ଦିଲ୍ଲୀରେ ଆଗକୁ ଜନତାଙ୍କ ବିକ୍ଷୋଭ ଓ ଅନ୍ଦୋଳନ ଲାଗି ସରକାରଙ୍କୁ ଚିନ୍ତା ଘାରିଲା। ଏଥିପାଇଁ ଜନ୍ତରମନ୍ତର ହିଁ ଉପଯୁକ୍ତ ସ୍ଥାନ ହୋଇପାରିବ ବୋଲି ବିଚାର କରାଗଲା। ୧୯୯୩ ମସିହାରେ ରାଜଧାନୀର ବିକ୍ଷୋଭସ୍ଥଳ ଭାବେ ଅଧିକାରୀକ ଘୋଷଣା ହୋଇଥିଲା।

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!