ଜୁଲାଇରେ ଫେରିବ ‘ଏଲ ନିନୋ’

ଆଗାମୀ ଜୁଲାଇ ମାସରୁ ସମ୍ପୂର୍ଣ୍ଣ ବିଶ୍ୱକୁ ଭୀଷଣ ଉତାପର ସମ୍ମୁଖୀନ ହେବାକୁ ପଡିପାରେ। ସମୁଦ୍ରରେ ‘ଏଲ ନିନୋ’ର ପ୍ରଭାବ ବିଶ୍ୱ ତାପମାତ୍ରା ବୃଦ୍ଧିର କାରଣ ହୋଇପାରେ। ସମୁଦ୍ରରେ ଏଲ ନିନୋ ପ୍ରଭାବ ଯୋଗୁ ଭୂ ମଧ୍ୟରେଖିଅ ପ୍ରଶାନ୍ତ ମହାସାଗର ଉଷ୍ମ ହେବାର ସମ୍ଭାବନା ଦେଖା ଦେଇଛି, ଯାହାକୁ ଏଲ ନିନୋ ଗତିବିଦ୍ଧି ବୋଲି କୁହାଯାଉଛି। ଯାହାର ସମ୍ପର୍କ ଉଚ୍ଚ ବୈଶ୍ୱିକ ତାପମାତ୍ରା ସହିତ ନିହିତ। ଏହାର ପ୍ରଭାବ ଭାରତ ସମେତ ସମଗ୍ର ବିଶ୍ୱ ଉପରେ ପଡିବ।
ପାଣିପାଗ ବିଶେଷଜ୍ଞ ଏଥି ଯୋଗୁ ବୈଶ୍ୱିକ ତାପମାତ୍ରାରେ ରେକର୍ଡ ବୃଦ୍ଧି ଦେଖା ଦେବା ସହ ଭାରତରେ ମୌସୁମୀକୁ ମଧ୍ୟ ପ୍ରଭାବିତ କରିବ ବୋଲି କହିଛନ୍ତି। ଜାତି ସଂଘ ବିଶ୍ୱ ପାଣିପାଗ ବିଜ୍ଞାନ ସଙ୍ଗଠନ (ଡବ୍ଲୁଏମଓ) ଏଲ ନିନୋ ପ୍ରଭାବ ଜୁଲାଇ ଶେଷ ବେଳକୁ ଅନୁଭୂତ ହେବ ବୋଲି ଆକଳନ କରିଛନ୍ତି। ଡବ୍ଲୁଏମଓଙ୍କ ଆକଳନ ଅନୁସାରେ ଜୁଲାଇରେ ଏଲ ନିନୋର ସମ୍ଭାବନା ୬୦ ପ୍ରତିଶତ ଥିବା ବେଳେ ସେପ୍ଟେମ୍ବର ଶେଷ ବେଳକୁ ୮୦ ପ୍ରତିଶତ ସମ୍ଭାବନା ରହିଛି। ଭାରତରେ ମୌସୁମୀ କାଳରେ ଏଲନିନୋର ସମ୍ଭାବନା ୭୦ ପ୍ରତିଶତ ପର୍ଯ୍ୟନ୍ତ ରହିବ। ଏଲ ନିନୋ ପ୍ରଭାବ ଅନୁଭୂତ ହେବା ସହ ଦୀର୍ଘ ଲା ନିନୋ ପ୍ରଭାବ ସମାପ୍ତ ହୋଇଯିବ। ୧୯୫୦ ମସିହା ପରେ ତୃତୀୟ ବାର ଏଲ ନିନୋ ପ୍ରଭାବ ଅନୁଭୂତ ହେବାକୁ ଯାଉଛି। ଯାହା ସାରା ବିଶ୍ୱକୁ ପ୍ରଭାବିତ କରିବ। ଏଲ ନିନୋ ଯୋଗୁ ବର୍ଷା, ଶୀତ ଓ ଗ୍ରୀଷ୍ମ ସବୁଥିରେ ଅନ୍ତର ଦେଖାଯିବ। ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ଯୋଗୁ ଏହାର ପ୍ରଭାବରେ ଭାରତ ଓ ଅଷ୍ଟ୍ରେଲିଆରେ ମରୁଡି ଭଳି ପରିସ୍ଥିତି ଉପୁଜିବ। ଏଲ ନିନୋ ଯୋଗୁ ଫସଲ ଉତ୍ପାଦନ ମଧ୍ୟ ହ୍ରାସ ହେବ। ତାପମାତ୍ରାରେ ବୃଦ୍ଧି ସାଙ୍ଗକୁ ବର୍ଷା ସଂକଟ ପରିସ୍ଥିତିରେ ତୀବ୍ର ପରିବର୍ତ୍ତନ ହେବ। ଲଗାତାର ତୃତୀୟ ଥର ‘ଲା ନିନା’ ପ୍ରଭାବ ପରେ ଚଳିତ ବର୍ଷ ଏଲ ନିନୋ ସ୍ଥିତି ଉପୁଜିବାକୁ ଯାଉଛି। ଲା ନିନା ଏଲ ନିନୋର ବପିରୀତ ପରିସ୍ଥିତି ଯେଉଁଥିରେ ସମୁଦ୍ର ପୃଷ୍ଠ ଶୀତଳ ରହେ।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!