ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ର କ୍ୟାବିନେଟର ସମ୍ଭାବ୍ୟ ଅଦଳବଦଳ ଓ ସମ୍ପ୍ରସାରଣକୁ ନେଇ କଳ୍ପନାଜଳ୍ପନା ହେଉଛି। ଜୁନ୍ ୨୮ କିମ୍ବା ୨୯ ତାରିଖ କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ। ତେବେ ଏଥିରେ ବିଶେଷକରି ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କ ଉପରେ ସମସ୍ତଙ୍କ ନଜର ରହିଛି।
ସେ ମୋଦୀଙ୍କ କ୍ୟାବିନେଟ୍ରେ ଅର୍ଥମନ୍ତ୍ରୀ ହୋଇପାରନ୍ତି।ଭାରତର ଆର୍ଥିକ ଓ ଅର୍ଥନୈତିକ ପ୍ରଶାସନରେ ଶକ୍ତିକାନ୍ତ ଦାସଙ୍କର ବ୍ୟାପକ ଅନୁଭବ ରହିଛି। ନିଜ କ୍ୟାରିୟର ମଧ୍ୟରେ ସେ ଅର୍ଥ ମନ୍ତ୍ରଣାଳୟରେ ରାଜସ୍ୱ ସଚିବ ଓ ଅର୍ଥନୈତିକ ବ୍ୟାପାର ସଚିବ ଭାବେ କାର୍ୟ୍ୟ କରିଛନ୍ତି।
ସେ ୮ଟି କେନ୍ଦ୍ରୀୟ ବଜେଟ୍ ପ୍ରସ୍ତୁତି ସହ ମଧ୍ୟ ନିବିଡ଼ ଭାବେ ଜଡ଼ିତ ଥିଲେ। ଟିକସ, ନିବେଶ ଓ ଅର୍ଥନୈତିକ ନୀତି ଉପରେ ବ୍ୟାପକ କାର୍ଯ୍ୟ କରିଛନ୍ତି। ଆରବିଆଇ ଗଭର୍ଣ୍ଣର ଭାବେ ତାଙ୍କର କାର୍ୟ୍ୟକାଳ ତାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଆଣିଦେଇଛି। ଯେଉଁଥିରେ ଆହ୍ୱାନପୂର୍ଣ୍ଣ ଅର୍ଥନୈତିକ ସମୟରେ ତାଙ୍କର ନେତୃତ୍ୱ ପାଇଁ ‘ଏ+’ ରେଟିଂ ଓ ଅନେକ ବିଶ୍ୱସ୍ତରୀୟ ପୁରସ୍କାର ମିଳିଛି।

