ଚିପ୍ ତିଆରି ଲାଗି ପ୍ରତିଭା ଅଭାବ, ୧୩ ହଜାର ଦକ୍ଷ କର୍ମଚାରୀ ଆବଶ୍ୟକ

ଚିପ୍ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲାଗି ଉଦ୍ୟମ ଜାରି ରଖିଥିବା ଭାରତର ଏହି ସ୍ବପ୍ନ ପଥରେ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ତାହା ହେଉଛି ଦେଶରେ ଏଥିପାଇଁ ଆବଶ୍ୟକ ସଂଖ୍ୟକ ଦକ୍ଷ ଓ ପ୍ରତିଭାବାନ କର୍ମଚାରୀ ନାହାନ୍ତି। ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ଅନୁସାରେ ଚିପ୍ ତିଆରି ଲାଗି ୧୦-୧୩ ହଜାର ନୂଆ ପ୍ରତିଭାବାନ କର୍ମଚାରୀଙ୍କ ଆବଶ୍ୟକତା ରହିଛି।
ମନ୍ତ୍ରାଳୟର ଅଧିକାରୀ ପ୍ରଶାନ୍ତ କୁମାର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଭାରତରେ ସେମିକଣ୍ଡକ୍ଟର ଡିଜାଇନ ଇଞ୍ଜିନିୟରଙ୍କ କୌଣସି ଅଭାବ ନାହିଁ। କିନ୍ତୁ କାରଖାନା ପରିଚାଳନା କରିବା ଲାଗି ଆବଶ୍ୟକ ପ୍ରତିଭାବାନ କର୍ମଚାରୀ ନାହାନ୍ତି। ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ କାରଖାନା ପରିଚାଳନା କରିବା ଲାଗି ବିଦେଶରୁ କର୍ମଚାରୀ ଆଣିବାକୁ ପଡ଼ିବ। ପର୍ଯ୍ୟାୟକ୍ରମେ ଦେଶ ଭିତରେ ସେଭଳି ମାନବ ସମ୍ବଳ ସୃଷ୍ଟି କରିବାକୁ ପଡ଼ିବ। ଏକ ଟାସ୍କଫୋର୍ସର ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଥିବା ସେ କହିଛନ୍ତି।
ଚିପ୍ ଓ ସେମିକଣ୍ଡକ୍ଟର ଶିଳ୍ପର ମାନବ ସମ୍ବଳ ଆବଶ୍ୟକତା ପୂରଣ କରିବା ଲାଗି କେନ୍ଦ୍ର ସରକାର ଚିପ୍-ଟୁ-ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଯେଉଁଥିରେ ୨୦୨୭ ସୁଦ୍ଧା ୮୫,୦୦୦ରୁ ଅଧିକ କୁଶଳୀ ମାନବ ସମ୍ବଳ ସୃଷ୍ଟି କରିବା ଏବଂ ୧୨୦ଟି ସଂସ୍ଥାକୁ ଚିପ୍ ଡିଜାଇନ୍ ଟୁଲ୍ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଅଲମ୍ପିଆଡ୍ ଘୋଷଣା କରାଯାଇଛି। ଏଥିରେ ସ୍କୁଲ, କଲେଜ ଓ ଉଚ୍ଚ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!