ବେଷ୍ଟ ଷ୍ଟୋରୀ-ଅଭିନୟ ପାଇଁ ଟିଆରପିର ୧ ନମ୍ବରରେ, ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରୁଛି ଶୋ’ ଅନୁପମା

ଷ୍ଟାର ପ୍ଲସର ସୁପରହିଟ୍ ଶୋ ଅନୁପମା ଘରେ ଘରେ ପରିଚିତ । ଏହି ଶୋ ବେଶ୍ ଲୋକପ୍ରିୟତା ହାସଲ୍ କରିଛି । ଯେଉଁଥିପାଇଁ ଏହି ଶୋର କଳାକାର ବେଶ୍ ଚର୍ଚ୍ଚିତ । କିନ୍ତୁ ଜାଣିଛନ୍ତି କି ଏହି କଳାକାର ମାନେ କେତେ ନେଇଥାନ୍ତି ଫି’ । ଆସନ୍ତୁ ଜାଣିବା ରୂପାଲି ଗାଙ୍ଗୁଲିଙ୍କ ସମେତ, ଗୌରବ ଖାନ୍ନା, ସୁଧାଶୁଂ ପାଣ୍ଡେ ଏବଂ ଅନ୍ୟ ଷ୍ଟାରକାଷ୍ଟର ନିଟ୍ ମୂଲ୍ୟ ଉପରେ ।
ପ୍ରଥମେ ଜାଣିବା ବନରାଜଙ୍କ ଶତ୍ରୁ ତଥା ଅନୁପମାଙ୍କ ଜାନ୍ ଅନୁଜ କପାଡିଆ ବା ଗୌରବ ଖନ୍ନାଙ୍କ ବିଷୟରେ । ଶୋ’ର୍ ଲିଡ୍ ଆକ୍ଟ୍ରେସ୍ ଅନୁପମାଙ୍କ ଠାରୁ ସାମାନ୍ୟ କମ୍ ଫି’ ନେଇଥାନ୍ତି । ଏହାପଛକୁ ଅଛନ୍ତି ଅଭିନେତ୍ରୀ ମଦଲସା ଶର୍ମା । ସେ ଶୋ’ ଅନୁପମାରୁ ଅତୁଳନୀୟ ଲୋକପ୍ରିୟତା ପାଇଛନ୍ତି । ସେ ଏହି ଶୋ’ରେ ଅନୁପମାଙ୍କ ସଉତୁଣୀ ତଥା କାବ୍ୟା ଭୂମିକାରେ ଅଭିନୟ କରୁଛନ୍ତି । ମଦଲସାଙ୍କ ନିଟ୍ ମୂଲ୍ୟ 14-20 କୋଟି ଅଟେ । ସେ ଗୋଟିଏ ଏପିସୋଡ୍ ପାଇଁ ନିଅନ୍ତି ୩୦ ହଜାର ଟଙ୍କା ।
ଏହା ପଛକୁ ଅଛନ୍ତି ଅନୁପମାଙ୍କ ବଡ ପୁଅ ତୋଷୁ । ଶୋ’ରେ ପାରିତୋଶ ଶାହା ଭୂମିକାରେ ଅଭିନୟ କରୁଛନ୍ତି ଅଭିନେତା ଆଶିଷ ମଲହୋତ୍ରା । ତାଙ୍କର ମୋଟ୍ ସମ୍ପତ୍ତି ହେଉଛି 7-10 କୋଟି । ଅନୁପମାରେ ଆଶିଷ ଗୋଟିଏ ଏପିସୋଡ୍ ପାଇଁ ପ୍ରାୟ 33,000 ଚାର୍ଜ କରଥାନ୍ତି । ସେହିପରି ଶୋ’ରେ କିଞ୍ଜଲ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ନିଧି ଶାହା ଗୋଟିଏ ଏପିସୋଡ ପାଇଁ ୩୨ ହଜାର ଟଙ୍କା ଚାର୍ଜ କରିଥାନ୍ତି । ତାଙ୍କର ମୋଟ୍ ସମ୍ପତ୍ତିର ମୂଲ୍ୟ ହେଉଛି 7-10 କୋଟି ଟଙ୍କା । ଏହାପଛକୁ ଅଛନ୍ତି ଅନୁପମାରେ ବନରାଜ ଶାହାଙ୍କ ଭୂମିକାରେ ନଜର ଆସିଥିବା ହ୍ୟାଣ୍ଡସମ୍ ହଙ୍କ ଅଭିନେତା ସୁଦର୍ଶନ ପାଣ୍ଡେ । ତାଙ୍କର ମୋଟ୍ ସମ୍ପତ୍ତି 21-25 କୋଟି ଟଙ୍କା ହେବ । ଗୋଟିଏ ଏପିସୋଡକୁ ଚାର୍ଜ କରିନ୍ତି 50 ହଜାର ଟଙ୍କା।
ଶୋ’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ରୁପାଲି ଗାଙ୍ଗୁଲି । ରୂପାଲିଙ୍କ ଦମଦାର ଅଭିନୟ ଫ୍ୟାନ୍ସଙ୍କ ମନ କିଣି ନେଇଛି । ରୂପାଲିଙ୍କ ମୋଟ୍ ସମ୍ପତ୍ତି ପ୍ରାୟ 21-25 କୋଟି ହେବ । ଗୋଟିଏ ଏପିସୋଡ୍ ପାଇଁ ପ୍ରାୟ 60 ହଜାର ଟଙ୍କା ଚାର୍ଜ କରନ୍ତି । ଶେଷରେ ଜାଣିବା ସବୁଠାରୁ ସାନ ଅଭିନେତ୍ରୀ ତଥା ଅନୁପମାଙ୍କ ଝିଅ ପାଖି ବିଷୟରେ । ପାଖି ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ହେଉଛନ୍ତି ମୁସ୍କାନ ବାମନ । ମୁସ୍କାନଙ୍କ ମୋଟ୍ ସମ୍ପତ୍ତି ମୂଲ୍ୟ ହେବ 3-5 କୋଟି । ସେ ଅନୁପମାର ଗୋଟିଏ ଏପିସୋଡ୍ ପାଇଁ ପ୍ରାୟ ୨୭ ହଜାର ଟଙ୍କା ଚାର୍ଜ କରନ୍ତି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!