ଦେଶରେ ଉଦାହରଣ ସୃଷ୍ଟି କରିଛି ମିଶନ ଶକ୍ତି

ଓଡ଼ିଶା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସାମୁଖ୍ୟ ଅଧ୍ୟକ୍ଷ ସୁବାସ ସିଂଙ୍କ ନେତୃତ୍ୱରେ ଦାବି ଉପସ୍ଥାପନ କରିବା ସହ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ଏନେଇ ବିଚାର କରିବାକୁ ଅନୁରୋଧ କରିଛନ୍ତି । ସ୍ଥାୟୀ ନିଯୁକ୍ତି, ପାରିଶ୍ରମିକ ଓ ଗସ୍ତ ଖର୍ଚ୍ଚ ବୃଦ୍ଧି, ଋଣ ପରିମାଣ ବୃଦ୍ଧି, ଆକାଉଣ୍ଟ ପେମେଣ୍ଟ, ଇଏସଆଇ ଓ ଚିକିତ୍ସା ଭିତ୍ତିକ ଛୁଟି ମଞ୍ଜୁର, ଆଇକାର୍ଡ ଓ ଡ୍ରେସକୋଡ୍ ଭଳି ଦାବି ପ୍ରମୁଖ ଦାବି ରଖିଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଦାବି ନେଇ ନିଷ୍ପତ୍ତି ନିଆଯିବ ବୋଲି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପ୍ରତିଶ୍ରୁତି ଦେଇଛନ୍ତି । ମିଶନ ଶକ୍ତି ଦେଶରେ ଉଦାହରଣ ସୃଷ୍ଟି କରିଛି । ମିଶନ ଶକ୍ତିର ମହିଳାମାନେ ସମାଜର ବିକାଶ ଦିଗରେ ପ୍ରମୁଖ ଭୂମିକା ନେଉଛନ୍ତି ।

ମିଶନ ଶକ୍ତି ମାଧ୍ୟମରେ ସ୍ୱାବଲମ୍ବୀ ହୋଇଛନ୍ତି ମହିଳା । ସାମାଜିକ, ଅର୍ଥନୈତିକ ଓ ମାନସିକ କ୍ଷେତ୍ରରେ ମହିଳାଙ୍କୁ ଆଗକୁ ନେବା ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କର ବହୁତ ଗୁରୁତ୍ୱପୂର୍ଣ ଭୂମିକା ରହିଛି । ସେମାନଙ୍କର ଦାବିକୁ ନେଇ ଅଲ ଓଡ଼ିଶା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସାମୁଖ୍ୟର ସଦସ୍ୟମାନେ ମିଶନ ଶକ୍ତି ସଚିବଙ୍କ ସହ ଲୋକସେବା ଭବନରେ ଆଲୋଚନା କରିଛନ୍ତି।

Post Views78 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!