ରାଉରକେଲା ବନ ଅଧିକାରୀ ଯଶଓ୍ୱନ୍ତ ସେଠୀ ସମ୍ମାନିତ

କୁହନ୍ତି ମାନବ ସେବା ହିଁ ମାଧବ ସେବା । ହେଲେ ତାଙ୍କ ପାଇଁ ଜଙ୍ଗଲ ସେବା ହିଁ ଭଗବାନଙ୍କ ସେବା । ଦେଶରେ ଦ୍ରୁତ ଭାବେ ଜଙ୍ଗଲ ବୃଦ୍ଧି ତାଲିକାରେ ଓଡ଼ିଶା ଶୀର୍ଷରେ ରହିଛି । ଯେଉଁ ହାତଗଣତି ଜଙ୍ଗଲପ୍ରେମୀଙ୍କ ଅବଦାନ ପାଇଁ ଏହା ସମ୍ଭବ ହୋଇଛି ତାଙ୍କ ମଧ୍ୟରୁ ଜଣେ ହେଲେ ଯଶଓ୍ୱନ୍ତ ସେଠୀ । ଅଧୁନା ସୁନ୍ଦରଗଡ ଜିଲ୍ଲାର ରାଉରକେଲା ଡିଭିଜନ୍ ଡିଏଫଓ ବା ବନ ଅଧିକାରୀ ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଉଥିବାବରିଷ୍ଠ ଅଧିକାରୀ ହେଉଛନ୍ତି ଯଶଓ୍ବନ୍ତ । ତାଙ୍କ ନେତୃତ୍ବରେ ସବୁଜ ବିପ୍ଳବର ନୂଆ ଅଧ୍ୟାୟ ଲେଖାହେଉଛି । ତାଙ୍କ ଅଭିନବ କାର୍ଯ୍ୟଶୈଳୀ ଜଙ୍ଗଲ ସମ୍ପଦ ବୃଦ୍ଧିରେ ମାଇଲଖୁଣ୍ଟ ସ୍ଥାପନ କରିଛି । ତାଙ୍କ ଭଳି ଜଣେ ପ୍ରକୃତି ପ୍ରେମୀ ତଥା ଭଲ ମଣିଷଙ୍କୁ ସମ୍ବର୍ଦ୍ଧିତ କରିଛି ଇଣ୍ଟରଭ୍ୟୁ ଟାଇମ୍ସ । ଇଣ୍ଟରଭ୍ୟୁ ଟାଇମ୍ସର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳ ମହୋଦୟ ଯଶଓ୍ବନ୍ତ ସେଠୀଙ୍କୁ ସମ୍ମାନିତ କରିଛନ୍ତି । ଯଶଓ୍ୱନ୍ତଙ୍କ ଭଳି ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରି ଆମେ ଖୁସି ପ୍ରକାଶ କରୁଛୁ ।
ଯଶଓ୍ବନ୍ତ ସେଠୀ । ପ୍ରଥମ ଜଣେ ଭଲ ମଣିଷ । ତାଙ୍କର ଅଭିନବ ନେତୃତ୍ୱ ଏବଂ ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ପ୍ରତିବଦ୍ଧତା ରାଉରକେଲା ଜଙ୍ଗଲ ଇତିହାସରେ ନୂତନ ମାନଦଣ୍ଡ ସ୍ଥାପନ କରୁଛି । ଜଙ୍ଗଲ ସୁରକ୍ଷା ପାଇଁ ତାଙ୍କ ଅଭିନବ ଚିନ୍ତାଧାନା ଓ ଆଧୁନିକ ଟେକ୍ନୋଲୋଜି ସାରା ଦେଶକୁ ବାଟ ଦେଖାଇଛି ।  ଅତ୍ୟାଧୁନିକ AI ଉପକରଣଗୁଡ଼ିକୁ ବ୍ୟବହାର କରି ସେ ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରକୃତି, ବିକାଶ ମଧ୍ୟରେ ସମନ୍ବୟ ରଖି ଜଙ୍ଗଲ ସୁରକ୍ଷାରେ ତାଙ୍କ ଭୂମିକା ପ୍ରତ୍ୟେକଙ୍କ ପାଇଁ ପ୍ରେରଣାଦାୟୀ ।

ବନ୍ୟପ୍ରାଣୀ ସଂରକ୍ଷଣକୁ ସୁସଙ୍ଗତ କରିବା ପାଇଁ ଜଣେ ପରିବର୍ତ୍ତନକାରୀ ଭାବରେ ସେ ଉଭା ହୋଇଛନ୍ତି । ବନ ପରିଚାଳନାରେ ବର୍ଷ ବର୍ଷ ଅଭିଜ୍ଞତା ସହିତ, ତାଙ୍କର ରଣକୌଶଳ ଏବଂ ସେ ନିଜେ ଏଥିପ୍ରତି ଉତ୍ସର୍ଗୀ0କୃତ । ଓଡ଼ିଶାର ଉତ୍ତର-ପଶ୍ଚିମ କୋଣରେ ଅବସ୍ଥିତୃ ରାଉରକେଲା ବନ ବିଭାଗ 2,777 ବର୍ଗ କିଲୋମିଟରରେ ବିସ୍ତୃତ ।  ସୁନ୍ଦରଗଡ଼, ପାନପୋଷ ଏବଂ ବୋନାଇ ଉପ-ବିଭାଗର କିଛି ଅଂଶକୁ ମଧ୍ୟ ଏହା ଘେରି ରହିଛି। ଏହି ଅଞ୍ଚଳ କେବଳ ଜୈବ ବିବିଧତାରେ ସମୃଦ୍ଧ ନୁହେଁ ବରଂ ହାତୀମାନେ ପ୍ରାୟତଃ ଯାତାୟାତ କରିଥାନ୍ତି । ଗତ ଦଶନ୍ଧିରେ 36ଟି ହାତୀ ଏହି ଅଞ୍ଚଳରେ ଟ୍ରେନ ଧକ୍କାରେ ପ୍ରାଣ ହରାଇଛନ୍ତି । ଯାହାକି ଯଶଓ୍ବନଙ୍କୁ ମର୍ମାହତ କରିବା ସହ ଏହାର ମୁକାବିଲା ପାଇଁ ସେ ଅଣ୍ଟା ଭିଡିଛନ୍ତି । ପ୍ରଯୁକ୍ତିବିଦ୍ୟା ଏବଂ ଟିମ୍ ଓ୍ୱାର୍କକୁ ଆଧାର କରି ହାତୀ ମୃତ୍ୟୁ ରୋକିବାରେ ତାଙ୍କ ପଦକ୍ଷେପ ଉଦାହରଣ ସାଜିଛି । ଏଆଇର ଉପଯୋଗ କରି ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିପାରିଛନ୍ତି ।

ଏଥିରୁ ପ୍ରମାଣିତ ଜଙ୍ଗଲ ପରିଚାଳନାରେ ପ୍ରଯୁକ୍ତିବିଦ୍ୟାକୁ ସମନ୍ୱିତ କରିବାର ଜଣେ ଦୃଢ଼ ପ୍ରବକ୍ତା, ଜଶବନ୍ତ ସେଠୀ । ଏଆଇ ମାଧ୍ୟମରେ ବନ୍ୟପ୍ରାଣୀ ସଂରକ୍ଷଣରେ ପ୍ରଯୁକ୍ତିର ପରିବର୍ତ୍ତନକାରୀ ଶକ୍ତିକୁ ପ୍ରଦର୍ଶନ କରାଯାଇପାରିଛି ।  ରାଉରକେଲାରେ ଯଶଓ୍ବନଙ୍କ ଦ୍ବାରା ପ୍ରୟୋଗ ହୋଇଥିବା ଏଆଇର ସଫଳତା ପରେ ଏବେ ଶିମିଲିପାଳ ବ୍ୟାଘ୍ର ସଂରକ୍ଷଣରେ ମଧ୍ୟ ଏହାକୁ ଉପଯୋଗ କରାଯାଇଛି । AI କ୍ୟାମେରାଗୁଡ଼ିକ ନିସନ୍ଦେହରେ ସଂରକ୍ଷଣ ପ୍ରୟାସରେ ବିପ୍ଳବ ଆଣିଛି ।  ଏହା କେବଳ ଯଶବନ୍ତ ସେଠୀଙ୍କ ପରି ଅଧିକାରୀଙ୍କ ନିଷ୍ପତ୍ତି ଏବଂ ଉତ୍ସର୍ଗତା ପାଇଁ ସମ୍ଭବ ହୋଇଛି । ତାଙ୍କର ସକ୍ରିୟ ଆଭିମୁଖ୍ୟ ସୁଗମ ସମନ୍ୱୟ ସୁନିଶ୍ଚିତ କରିଛି ।

ଯେଉଁଠାରେ ପ୍ରାଣୀ ଜୀବନ ଅତୁଳନୀୟ ମୂଲ୍ୟ ରଖେ। ପ୍ରକୃତିର ଜଣେ ଉତ୍ସାହୀ ପ୍ରବକ୍ତା, ସେ ପ୍ରାନ୍ତରରେ ଏକ ଲମ୍ବା ପଦଯାତ୍ରାକୁ ଧ୍ୟାନର ଶାନ୍ତି ସହିତ ସମାନ କରନ୍ତି । ଆଉ ସେହି ପ୍ରକୃତିର ସେହି ପ୍ରବକ୍ତା ହେଉଛନ୍ତି ଯଶୋବନ୍ତ ସେଠୀ । ପ୍ରାକୃତିକ ବିଶ୍ୱକୁ ସୁରକ୍ଷା ଏବଂ ବଜାୟ ରଖିବା ପାଇଁ ତାଙ୍କ ଉଦ୍ୟମ ପ୍ରେରଣାଦାୟୀ କାହାଣୀଠୁ କମ୍ ନୁହେଁ । ଆଗକୁ ମଧ୍ୟ ଓଡିଶାର ଏବଂ ପ୍ରାଣୀ ସମ୍ପଦର ଏହି ଭଳି ସେବା ଜାରି ରଖିବାକୁ ଭଗବାନ ତାଙ୍କୁ ଶକ୍ତି ଦିଅନ୍ତୁ ବୋଲି ଇଣ୍ଟରଭ୍ୟୁ ଟାଇମ୍ସ ପରିବାର ତରଫରୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା

Post Views1 Total Count

Apply Now


This will close in 0 seconds

error: Content is protected !!