ଆମେରିକାର ଓହିଓର କ୍ଲିଭଲ୍ୟାଣ୍ଡ ଅଞ୍ଚଳରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଆମେରିକାରେ ପ୍ରତିଦିନ ଏଭଳି ମାମଲା ସାମ୍ନାକୁ ଆସୁଛି। ଏହିଭଳି ପରିସ୍ଥିତି ବର୍ତ୍ତମାନ ଭାରତୀୟ ଛାତ୍ରମାନଙ୍କ ପାଇଁ ବହୁତ ଚିନ୍ତାର ବିଷୟ ପାଲଟିଛି ।
ଆମେରିକାରେ ଭାରତୀୟ ମୂଳ ଛାତ୍ରଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ, ଅର୍ଥାତ୍ ପ୍ରାୟ ୩ ମାସ ମଧ୍ୟରେ ୧୦ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି । ନିକଟରେ, ନ୍ୟୁୟର୍କର ଇଣ୍ଡିଆନ୍ କନସୁଲେଟ୍ ଓହିଓର କ୍ଲିଭଲ୍ୟାଣ୍ଡରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲା ।
ଆମେରିକାର ଓହିଓ ରାଜ୍ୟରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି, ଯଦିଓ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏହାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି । ଏହି ଛାତ୍ରଙ୍କ ପରିଚୟ ଶ୍ରୀ ଉମା ସତ୍ୟ ସାଇ ଗାଡେ ବୋଲି ଜଣାପଡିଛି ।

