ଆଜି ଆସିପାରେ ଜ୍ଞାନବ୍ୟାପୀ ମସଜିଦରେ ଏଏସଆଇ ସର୍ଭେ ଉପରେ ଚୂଡ଼ାନ୍ତ ରାୟ ।ଏଏସଆଇର ସର୍ଭେ ଉପରେ ସ୍ଥାୟୀ ରୋକ ଲଗାଇବା ପାଇଁ ମସଜିଦ କମିଟି କରିଥିବା ଆବେଦନ ଉପରେ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ଆବେଦନ ଉପରେ ଆଜି ରାୟ ପ୍ରକାଶ କରିପାରନ୍ତି ଅଦାଲତ । ମନ୍ଦିରର ଭଗ୍ନସ୍ତୁପ ଉପରେ ମସଜିଦ ନିର୍ମାଣ କରାଯାଇଥିବା ହିନ୍ଦୁ ପକ୍ଷ ଦାବି କରୁଛି । ତଳ କୋର୍ଟ ଆବେଦନକୁ ଗ୍ରହଣ କରି ସର୍ଭେ ପାଇଁ ଅନୁମତି ଦେଇଥିଲେ । ହେଲେ ଗତ ଜୁଲାଇ ୨୪ରେ ସୁପ୍ରିମକୋର୍ଟ ସର୍ଭେ ଉପରେ ରୋକ୍ ଲଗାଇଥିଲେ ।

