ଗୁଜୁରାଟରେ ୫ ବର୍ଷରେ ୪୦ ହଜାରରୁ ଅଧିକ ମହିଳା ନିଖୋଜ:NCRB

କେରଳ ପରେ ଏବେ ଗୁଜରାଟର କାହାଣୀ। ନିକଟରେ ରିଲିଜ ହୋଇଥିବା ଫିଲ୍ମ ଦ କେରଳ ଷ୍ଟୋରୀକୁ ନେଇ ବିବାଦ ଥମିନଥିବା ବେଳେ ଏଭଳି ପରିସ୍ଥିତିରେ ଗୁଜରାଟରୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ। ଏନସିଆରବି ପ୍ରକାଶ କରିଛି ଯେ ଗତ ୫ ବର୍ଷ ମଧ୍ୟରେ ଗୁଜୁରାଟରେ ୪୦ ହଜାରରୁ ଅଧିକ ମହିଳା ନିଖୋଜ ଥିବା ଜଣାପଡିଛି।୨୦୧୬ରେ ୭,୧୦୫ ମହିଳା ନିଖୋଜ ହୋଇଯାଇଥିଲା ବେଳେ ୨୦୧୭ରେ ଏହି ସଂଖ୍ୟା ୭,୭୧୨କୁ ବୃଦ୍ଧି ପାଇଥିଲା । ପରବର୍ତ୍ତୀ ବର୍ଷ ଗୁଡିକରେ ମଧ୍ୟ ଆହୁରି ଅଧିକ ମହିଳା ନିଖୋଜ ହୋଇଥିଲେ । ୨୦୧୮ରେ ନିଖୋଜ ମହିଳାଙ୍କ ସଂଖ୍ୟା ୯,୨୪୬କୁ ବୃଦ୍ଧି ପାଇବା ସହ ୨୦୧୯ରେ ୯୨୬୮ ଏବଂ ୨,୦୨୦ରେ ଏହି ସଂଖ୍ୟା ୮,୨୯୦ରେ ପହଞ୍ଚିଥିଲା । ତେବେ ୨୦୨୨ରେ ଏନସିଆରବି ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ କେବଳ ଗୁଜୁରାଟରେ ଗତ ୫ ବର୍ଷ ଭିତରେ ମୋଟ ୪୧ହଜାର ୬୨୧ ଜଣ ମହିଳା ନିଖୋଜ ହୋଇଛନ୍ତି।ଦିନକୁ ଦିନ ଏହି ରାଜ୍ୟରେ ମହିଳା ନିଖୋଜ ହେବା ସଂଖ୍ୟା ବଢୁଥିଲେ ମଧ୍ୟ ଏହାକୁ ହତ୍ୟାଘଟଣା ଭଳି ଗୁରୁତ୍ବ ଦିଆଯାଇ ବିଚାର କରାଯାଉ ନାହିଁ ବୋଲି ରାଜ୍ୟ ମାନବାଧିକାର କମିସନ ସଦସ୍ୟ ସୁଧୀର ସିହ୍ନା କହିଛନ୍ତି ।ଏହି ଘଟଣାକୁ ହତ୍ୟା ଘଟଣା ଭଳି ଗୁରୁତ୍ବ ଦେଇ ବିଚାରକୁ ନେବା ଉଚିତ୍‌ । ଅନେକ ସମୟରେ ନିଖୋଜ ଯୁବତୀଙ୍କୁ ଅନ୍ୟ ରାଜ୍ୟକୁ ପଠାଯାଇଥାଏ । ସେମାନଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରାଯାଏ ।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!