କାନ୍ତାରାର ଅର୍ଥ କ’ଣ ଜାଣନ୍ତି କି ?

ଗତ ବର୍ଷ ଏକ ଚଳଚ୍ଚିତ୍ର ପ୍ରସିଦ୍ଧିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟିର ନାଁ କାନ୍ତାରା । ଯାହାର ରହସ୍ୟ ବିଷୟରେ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । କାନ୍ତାରାର ଅର୍ଥ କ’ଣ ଜାଣନ୍ତି କି ? କାନ୍ତାରାର ଅର୍ଥ ଏକ ରହସ୍ୟମୟ ଜଙ୍ଗଲ । ଏହି ଜଙ୍ଗଲର କାହାଣୀକୁ ଦକ୍ଷିଣ କର୍ଣ୍ଣାଟକରୁ ନିଆଯାଇଛି । ଦକ୍ଷିଣ କର୍ଣ୍ଣାଟକରେ ଏକ ରହସ୍ୟମୟ ସ୍ଥାନ ରହିଛି । ଯାହାର ନାଁ ତୁଲ୍ଲୁନାଡ଼ୁ । ଏଠାକାର ଲୋକ ତୁଲ୍ଲୁ ଭାଷା କୁହନ୍ତି । ତୁଲ୍ଲୁନାଡ଼ୁର ଇଷ୍ଟ ଦେବତାଙ୍କ ନାଁ ପରମାତ୍ମା ପଞ୍ଜୁରଲି । ପଞ୍ଜୁରଲିର ଅର୍ଥ ଜଙ୍ଗଲୀ ଘୁଷୁରି । ଯାହା ଭଗବାନ ବିଷ୍ଣୁଙ୍କ ବରାହ ଅବତାରକୁ ଦର୍ଶାଏ । ଏଠାରେ ଏକ ପ୍ରଥା ରହିଛି । ଯାହାର ନାଁ ଭୂତାକୋଲା । ଭୂତାର ଅର୍ଥ ଆତ୍ମା ଏବଂ କୋଲାର ଅର୍ଥ ଖେଳ । ଅର୍ଥାତ୍ ଆତ୍ମାଙ୍କ ଖେଳ । ବିଶ୍ୱାସ ରହିଛି ଯେ, ଯେ କୌଣସି ବ୍ୟକ୍ତି ଏହି ଆତ୍ମାର ଖେଳ ଖେଳନ୍ତି ତାଙ୍କ ଶରୀରରେ କିଛି କ୍ଷଣ ପାଇଁ ପରମାତ୍ମା ପଞ୍ଜୁରଲି ପ୍ରବେଶ କରନ୍ତି । ଯାହା ଫଳରେ ତାଙ୍କୁ ଭବିଷ୍ୟତରେ ଘଟିବାକୁ ଯାଉଥିବା ସମସ୍ତ ଘଟଣା ଦେଖାଦିଏ । ତେବେ ଏହା କେତେ ସତ କେତେ ମିଛ ତାହା ଅସ୍ପଷ୍ଟ ।

Post Views64 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!