ବାପା କରିଥିଲେ ଫଳ ଦୋକାନ , ପୁଅ ଠିଆକଲେ ୪ଶହ କୋଟିର କମ୍ପାନି

୩୫ ବର୍ଷ ପୂର୍ବେ କର୍ଣ୍ଣାଟକର ଏକ ଛୋଟ ଗାଁର ଯୁବକ ପହଞ୍ଚିଥିଲେ ମୁମ୍ବାଇରେ । ଆଉ ଆରମ୍ଭ କରିଥିଲେ ଆଇସ୍କ୍ରିମ୍ ପାର୍ଲର । ଯାହାର ନାଁ ରଖିଥିଲେ ନାଟୁରାଲ୍ସ । ସ୍ପେଶାଲ୍ ଫ୍ରୁଟ୍ସ ଫ୍ଲେବର ପାଇଁ ଏବେ ଏହି ଆଇସକ୍ରିମ ବେଶ୍ ଲୋକପ୍ରିୟ । ଲୋକମାନେ ଏହାକୁ ଏତେ ପସନ୍ଦ କରିଛନ୍ତି ଯେ ଆଜି ସାରା ଦେଶରେ ଏହି କମ୍ପାନୀର ରହିଛି ୧୩୫ ଆଉଟଲେଟ୍ । ଏମିତିକି ଏହା ଶ୍ରେଷ୍ଠ ୧୦ ବ୍ରାଣ୍ଡରେ ଅନ୍ତର୍ଭୁକ୍ତ ହୋଇଥିଲା । ପ୍ରାକୃତିକ ଫଳରୁ ପ୍ରସ୍ତୁତ ହୋଇଥିବା ନାଚ୍ୟୁରାଲ୍ସ ଆଇସକ୍ରିମ ଆଜି ଏକ ବ୍ରାଣ୍ଡ ଭାବରେ ଜଣାଶୁଣା ।
କିନ୍ତୁ ଖୁବ୍କମ୍ ଲୋକ ଜାଣନ୍ତି ଏହି କମ୍ପାନୀର ପ୍ରତିଷ୍ଠାତାଙ୍କ ବିଷୟରେ । କମ୍ପାନୀର ପ୍ରତିଷ୍ଠାତା ହେଉଛନ୍ତି ରଘୁନନ୍ଦନ ଶ୍ରୀନିବାସ କାମାତ । ସେ ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି, ସେଠାରେ ପହଞ୍ଚିବା ତାଙ୍କ ପାଇଁ ଏତେ ସହଜ ନଥିଲା । ତାଙ୍କ ପିତା ଥିଲେ ଜଣେ ଫଳ ବିକାଳି । କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିବା ରଘୁନନ୍ଦନ ୮ ଭାଇଭଉଣୀଙ୍କ ମଧ୍ୟରୁ ଥିଲେ ସାନ । ଘରର ଆର୍ଥିକ ଅବସ୍ଥା ଭଲ ନଥିଲା। ପିତା ଏକ ଏକର ଜମିରେ ଚାଷ କରି କରୁଥିଲେ ଫଳ ବିକ୍ରି । ବଡ ହେବା ପରେ ରଘୁନନ୍ଦନ ତାଙ୍କ ପିତାଙ୍କ ସହ ଫଳ ବିକ୍ରି କରିବା ଆରମ୍ଭ କଲେ। ଆଉ ଏଠାରୁ ହିଁ ବୁଝିଯାଇଥିଲେ ଫଳର ଗୁଣ । ଯାହା ଭବିଷ୍ୟତରେ ତାଙ୍କ ପାଇଁ ହୋଇଥିଲା ଉପଯୋଗୀ ।
ମୁମ୍ବାଇ ଯିବାବେଳେ ରଘୁନନ୍ଦନଙ୍କୁ ହୋଇଥିଲା ୧୪ ବର୍ଷ । ଏଠାରେ ସେ ବିଦ୍ୟାଳୟରେ ଆଡମିଶନ ନେଇ ଅଧ୍ୟୟନ କରିଥିଲେ । ଏହି ସମୟରେ ତାଙ୍କ ବଡ଼ ଭାଇ ମୁମ୍ବାଇରେ ଆରମ୍ଭ କରିଥିଲେ ରେଷ୍ଟୁରାଣ୍ଟ । ରଘୁନନ୍ଦନ ଏଥିରେ କାମ କରିବା ଆରମ୍ଭ କରିଥିଲେ । ରେଷ୍ଟୁରାଣ୍ଟରେ ଲୋକମାନେ ଖାଇବା ପରେ କିଛି ମିଠା ଖାଇବାକୁ ଦାବି କରୁଥିଲେ । ଆଉ ତାଙ୍କ ନଜର ପଡିଥିଲା ଫଳ ଡାଲା ଉପରେ । ଆଉ ସେଠାରୁ ଆସିଥିଲା ଆଇସ୍କ୍ରିମ୍ ତିଆରି କରିବାର ଚିନ୍ତା । ରଘୁନନ୍ଦନ ଏକ ଏପରି ଆଇସ୍କ୍ରିମ୍ ତିଆରି କରିବାକୁ ଚାହୁଁଥିଲେ ଯାହା ଚକୋଲେଟ୍ ଏବଂ ଭାନିଲା ପରି ଅନ୍ୟ ସ୍ୱାଦଠାରୁ ଭିନ୍ନ ଥିଲା । କିନ୍ତୁ ତାଙ୍କ ଚିନ୍ତାଧାରାକୁ କେହି ଗମ୍ଭୀରତାର ସହ ନେଇ ନଥିଲେ । କିଛି ସମୟ ପରେ ସେ ନିଜ ଭାଇଙ୍କ ରେଷ୍ଟୁରାଣ୍ଟରୁ ଅଲଗା ହୋଇଯାଇଥିଲେ । ଆଉ ରେଷ୍ଟୁରାଣ୍ଟରୁ ଆଣିଥିଲେ ଏକ ଅଂଶ । ଯାହା ସେତେବେଳେ ୩୫ ହଜାର ଟଙ୍କା ହୋଇଥିଲା । ରଘୁନାନ୍ଦନ ତାଙ୍କର ପ୍ରଥମ ଆଇସକ୍ରିମ୍ ବ୍ରାଣ୍ଡ ନ୍ୟାଚୁରାଲ୍ସ ୧୯୮୪ ମସିହାରେ ୧୪ ଫେବୃଆରୀରେ ଆରମ୍ଭ କରିଥିଲେ ।
ମାତ୍ର ୬ ଜଣ କର୍ମଚାରୀଙ୍କୁ ନେଇ ଜୁହୁରେ ଖୋଲିଥିଲେ ପ୍ରଥମ ଷ୍ଟୋର। କିନ୍ତୁ ଆଇସକ୍ରିମ୍ ବ୍ୟବସାୟ ସଫଳ ହେବ ନା ନାହିଁର ଡର ଯୋଗୁଁ ସେ ପ୍ରଥମେ ଆରମ୍ଭ କରିଥିଲ ପାୱଭାଜି । ଆଉ ଆଇସକ୍ରିମକୁ ଆଡ୍-ଅନ୍ ଭାବରେ କରୁଥିଲେ ବ୍ୟବହାର । ଆଇସକ୍ରିମର ଲୋକପ୍ରିୟତା ବଢୁଥିବା ଦେଖି ସେ ପରବର୍ତ୍ତୀ ବର୍ଷ ପାୱଭାଜି ବ୍ୟବସାୟ ବନ୍ଦ କରି ଏକ ଆଇସକ୍ରିମ ବ୍ରାଣ୍ଡ ଭାବରେ ସମ୍ପୂର୍ଣ୍ଣ ପରିଚୟ ସୃଷ୍ଟି କଲେ । କିନ୍ତୁ ସେମାନଙ୍କର ଫଳର ସ୍ବାଦଯୁକ୍ତ ଆଇସ୍କ୍ରିମ୍ ଗଠନ, ରଙ୍ଗ ଏବଂ ସ୍ୱାଦରେ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଲୋକମାନେ ଏହାକୁ ଏତେ ପସନ୍ଦ କଲେ ଯେ ଗୋଟିଏ ସପ୍ତାହରେ ୧ ହଜାରରୁ ଅଧିକ ବିକ୍ରି ହୋଇଯାଇଥିଲା । ଏହା ପରେ ସେ ଆଉ ପଛକୁ ଚାହିଁନାହାନ୍ତି । ଆଜି ନ୍ୟାଚୁରାଲ୍ସ ୫ ଟି ସ୍ୱାଦରେ ଫ୍ରୋଜେନ୍ ଡିଜାର୍ଟ ଯୋଗାଉଛି । ଏଥିରେ କଷ୍ଟାର୍ଡ ଆପଲ୍, କାଜୁ-ଅଙ୍ଗୁର, ଆମ୍ବ, ଚକୋଲେଟ୍ ଏବଂ ଷ୍ଟ୍ରବେରୀ ଅଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!