() ଗୋଟିଏ ଶବ୍ଦରେ ଥାଏ ବ୍ୟାପକ ଅର୍ଥ । ମା’ – ଦୁନିଆର ସବୁଠାରୁ ମଧୁର ଓ ସୁନ୍ଦର ଶବ୍ଦ । ତା ପଣତ କାନିରେ ଥାଏ ଅମାପ ସ୍ନେହ । ତା ହାତରେ ଥାଏ ଅଜସ୍ର ଆଶିର୍ବାଦ । ସଂସାରର ଯେତେ ଶ୍ରଦ୍ଧା- ମା’ଠୁ ଆରମ୍ଭ ହୋଇ ହିଁ ମା ଠାରେ ଶେଷ ହୋଇଥାଏ । ଆଜି ହେଉଛି ବିଶ୍ବ ମାତୃ ଦିବସ । ପ୍ରତିବର୍ଷ ମେ ମାସ ଦ୍ବିତୀୟ ରବିବାରକୁ ମାତୃଦିବସ ରୂପେ ପାଳନ କରାଯାଉଛି । ମା’କୁ ସମ୍ମାନ ଦେବା ଲାଗି ପ୍ରଥମେ ଆମେରିକାରେ ମାତୃ ଦିବସର ଆରମ୍ଭ ହୋଇଥିଲା । ଆମେରିକାର ଆକ୍ଟିଭିଷ୍ଟ ଏନା ଜାର୍ବିସ ନିଜ ମା’ଙ୍କୁ ବହୁତ ଭଲ ପାଉଥିଲେ । ମାଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ସେ ଏହି ଦିନକୁ ‘ମଦର୍ସ ଡେ’ ଭାବେ ପାଳନ କରିବା ଆରମ୍ଭ କରିଥିଲେ । ୧୯୧୪ ମସିହା ମେ ୯ ତାରିଖରେ ଆମେରିକାରେ ଏକ ବିଲ୍ ପାସ ହୋଇଥିଲା, ଯେଉଁଥିରେ ମେ’ ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ ରୂପେ ପାଳନ କରାଯିବା ପାଇଁ ଉଲ୍ଲେଖ ରହିଥିଲା । ଆଜି ଦୁନିଆର ସବୁ ମାଆ ମାନଙ୍କ ପାଇଁ ଶ୍ରଦ୍ଧା ଓ ସମ୍ମାନର ଦିନଟିଏ। ।ହେଲେ ଆଜି ଦିନଟି କିଛି ଖାସ ଭାବେ ପାଳନ କରାଯାଏ ।

