ମହାକାଶରେ ଦେଖାଦେବ ମହାଜାଗତିକ ଦୃଶ୍ୟ, ରାତି ହୋଇଯିବ ଆଲୋକିତ

ଫେବୃଆରୀ ୧ରେ ଦେଖାଦେବ ଅଦ୍ଭୂତ ଦୃଶ୍ୟ। ରାତି ହୋଇଯିବ ଦିନ। ରାତିର ଅନ୍ଧକାରକୁ ମାତ ଦେବ ଆଲୋକ। ଖାଲି ଆଖିଲେ ଆପଣ ଦେଖିପାରିବେ ଏହି ମହାଜାଗତିକ ଦୃଶ୍ୟ। ସୂର୍ଯ୍ୟା ଆଲୋକ ବିନା ରାତି ରହିବ ଉଜ୍ୱଳ। ବିଶ୍ବର ବିଭିନ୍ନ ସ୍ଥାନରେ ଏହି ଦୃଶ୍ୟ ଦେଖିପାରିବେ ଲୋକ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ତେବେ କାହିଁକି ଘଟିବ ଏଭଳି ଅସମ୍ଭବ ଲାଗୁଥିବା ଘଟଣା ଆସନ୍ତୁ ଜାଣିବା।
ପୃଥିବୀ ଆଡ଼କୁ ମୁହାଁଇଛି ଏକ ବିରଳ ଧୂମକେତୁ। ଫେବୃଆରୀରେ ପୃଥିବୀ ନିକଟତର ହେବ ଦେଇ ଏହି ବିରଳ ଧୂମକେତୁ ଟି ଅତିକ୍ରମ କରିବ। ଯେଉଁଥିପାଇଁ ଦାର୍ଘ ୫୦ ହଜାର ବର୍ଷ ପରେ ଆସୁଛି ଏଭଳି ଧୂମକେତୁ ଏଭଳି ଏକ ଅଦ୍ଭୂତ ଦୃଶ୍ୟ ଦେଖିବାକୁ ମିଳିବ । ଫେବୁଆରୀ ୧ତାରିଖରେ ରାତିରେ ଆକାଶରେ ଖାଲି ଆଖିରେ ଦେଖାଯିବ ଉଜ୍ୱଳ ଧୂମକେତୁ। ଏହାକୁ ଦେଖିବାକୁ କୌଣସି ଟେଲିସ୍କୋପ୍ର ଆବଶ୍ୟକତା ପଡିବନାହିଁ । ତେବେ କେଉଁ ଅଞ୍ଚଳରେ ଏହା କେମିତି ଦେଖାଯିବ ତାହା ନିର୍ଭର କରୁଛି ସେହି ଅଞ୍ଚଳର ପାଣିପାଗ ଉପରେ ।
ଏହି ଧୂମକେତୁ ଆଜକୁ ୫୦ହଜାର ବର୍ଷ ତଳେ ହିମଯୁଗ ସମୟରେ ଦେଖାଯାଇଥିଲା । ଏହାର ନାଁ C/2022 E3 । ଅପର ପେଲିଓଲିଥିକ୍ ଯୁଗ ଯେଉଁ ସମୟରେ ଆଧୁନିକ ପ୍ରଜାତିର ମନୁଷ୍ୟ ବା ହୋମୋ ସାପିଏନସ୍ ମଧ୍ୟ ପୃଥିବୀ ପୃଷ୍ଠରେ ନଥିଲେ, ସେହି ସମୟରେ ଏହି ଧୂମକେତୁ ଦେଖା ଦେଇଥିଲା । ଗତ ବର୍ଷ ମାର୍ଚ୍ଚ ମାସରେ ଏହି ଧୂମକେତୁର ସନ୍ଧାନ ମିଳିଥିଲା । ଏହାପରେ କାଲିଫର୍ଣିଆର ବୈଜ୍ଞାନିକ ଧୂମକେତୁକୁ ଟ୍ରାକ୍ କରିଥିଲେ ।
ଆମ ସୌରଜଗତର ପରିକ୍ରମା କରିବା ପରେ ୧୨ ଜାନୁଆରୀରେ ଏହା ସୂର୍ଯ୍ୟର ପାଖ ଦେଇ ଅତିକ୍ରମ କରିବ। ଫେବୃଆରୀ ୧ ତାରିଖରେ ଏହା ପୃଥିବୀର ସବଠୁ ବେଶୀ ନିକଟତର ହେବ । ଫେବୃଆରି ୧ ତାରିଖରେ ଏହି ଧୂମକେତୁ ପୃଥିବୀଠାରୁ ୨କୋଟି ୨୦ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ । ଯେତେବେଳେ ଏହି ଧୂମକେତୁ ସର୍ବାଧିକ ଉଜ୍ବଳ ଦେଖାଯିବ । ଏଥିରୁ ବାହାରୁଥିବା ଉଜ୍ବଳ ଆଲୋକ ରାତି ଆକାଶକୁ ଆଲୋକିତ କରିଦେବ ।
ବରଫ କମା ଏବଂ ମହାକାଶୀୟ ଧୂଳିରେ ତିଆରି ଏହି ଧୂମକେତୁର ବ୍ୟାସ ପ୍ରାୟ ୧କିଲୋମିଟର । ସୂର୍ଯ୍ୟର କିରଣ ପଡିବା ଫଳରେ ଏହା ଆଲୋକ ବିଚ୍ଛୁରଣ କରେ । ସୂର୍ଯ୍ୟର ଉତ୍ତାପରେ ବରଫ କଣା ସବୁ ବାଷ୍ପ ହୋଇ ଧୂମକେତୁର ଲମ୍ବା ଲାଞ୍ଜ ସୃଷ୍ଟି କରିଥାଏ । C/2022 E3 ଧୂମକେତୁରୁ ସବୁଜ ରଙ୍ଗର ଆଲୋକ ବିଚ୍ଛୁରଣ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ମାର୍ଚ୍ଚ ୨୦୨୦ରେ ଦୃଶ୍ୟମାନ NEOWISE ଏବଂ ୧୯୯୭ରେ ଖାଲି ଆଖିରେ ଦେଖାଯାଇଥିବା ହେଲ-ବପ୍ ଧୂମକେତୁ ତୁଳନାରେ ଏହାର ଆକାର ବେଶ ଛୋଟ ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!