ଦୂରଦ୍ରଷ୍ଟା ରାଜନୀତିଜ୍ଞ ଡ. ରବୀନ୍ଦ୍ର ନାରାୟଣ ବେହେରା

ଓଡ଼ିଶାର ସଂସ୍କୃତି ଓ ଆଧ୍ୟାତ୍ମିକତାର ଅୟୁତ ଆଶାକୁ ଧାରଣ କରି ରାଜନୀତିରେ ଏକ ସୁସ୍ଥ ପରମ୍ପରା ଗଠନ କରିବା ଭଳି ରାଜନେତା ଆମ ଦେଶରେ ଖୁବ ବିରଳ । ସଂସ୍କୃତିକୁ ନୀତି ଆଦର୍ଶ ଭାବେ ଆବରି ନେଇ ଲୋକଙ୍କ ପାଖରେ ପହଞ୍ଚୁଥିବା ନେତା ମଧ୍ୟ କୋଚିତ । ରାଜନୈତିକ ଜୀବନରେ ଇତିହାସ, ଭୁଗୋଳ, ପରମ୍ପରା ଓ କିମ୍ବଦନ୍ତୀକୁ ପାଥେଇ କରି ଆଗକୁ ବଢୁଥିବା ଜଣେ ରାଜନେତା ହେଉଛନ୍ତି ଡଃ ରବୀନ୍ଦ୍ର ନାରାୟଣ ବେହେରା । ଅଧୁନା ନୂଆ କରି ଯାଜପୁର ସାଂସଦ ଭାବେ ନିର୍ବାଚିତ ରବୀନ୍ଦ୍ର ରାଜ୍ୟ ରାଜନୀତିରେ ଯେତିକି ଚର୍ଚ୍ଚିତ, ଭାରତୀୟ ରାଜନୀତିରେ ବି ସେତିକି ପରିଚିତ । ବିକାଶ ସାଥୀରେ ଆମ ପରମ୍ପରା, କିମ୍ବଦନ୍ତୀର କାହାଣୀକୁ ଆଗେଇ ନେଉଥିବା ଜଣେ ଲୋକପ୍ରିୟ ଜନନେତା, ଅଗ୍ରଣୀ ସମାଜସେବୀ, ମିଷ୍ଟଭାଷୀ ବ୍ୟକ୍ତି, ଦରଦୀ ମାନବ, ଭଦ୍ରଲୋକ ରାଜନୀତିଜ୍ଞ ଏବଂ ପରୋପକାରୀ ମଣିଷ ଭାବରେ ଡଃ ବେହେରାଙ୍କର ବେଶ୍‌ ସୁଖ୍ୟାତି ରହିଛି ।

ଜଣେ ଉଚ୍ଚଶିକ୍ଷିତ ରାଜନେତାଭାବେ ପରିଚିତ ରବୀନ୍ଦ୍ର ଆମ ଇତିହାସ, ସଂସ୍କୃତି ଓ ଆଧ୍ୟାତ୍ମିକତାକୁ ବିଶେଷ ଭଲପାଆନ୍ତି । ବେଦ ଓ ଉପନିଶେଷଦ ବିଶ୍ବାସୀ ରବୀନ୍ଦ୍ର ସଂସ୍କୃତିକୁ ପାଥେଇ କରି ବିକାଶକୁ ଆଗକୁ ନେବାକୁ ଗୁରୁତ୍ବ ଦିଅନ୍ତି । ରାଜନୀତିକୁ ଆସିବା ଆଗରୁ ଜଣେ ସୁନାମଧନ୍ୟ ଆଇଟି ବିଶେଷଜ୍ଞ ଭାବେ ସେ ସାରା ଦେଶରେ ପରିଚିତ ଥିଲେ । ନ୍ୟାସନାଲ ଇନଫର୍ମେଟିକ ସେଣ୍ଟରର ପୂର୍ବତନ ବରିଷ୍ଠ ନିର୍ଦ୍ଦେଶକ ଥିଲେ ଡଃ ରବୀନ୍ଦ୍ର ନାରାୟଣ ବେହେରା । ଯାଜପୁର ଜିଲ୍ଲାର ଇସୁଲପୁର ବ୍ଲକ ଅନ୍ତର୍ଗତ ହାଟସାହି ନିବାସୀ ହେଉଛନ୍ତି ରବୀନ୍ଦ୍ର । ଚାକିରିରେ ବ୍ୟାପକ ସଫଳତା ପରେ ରାଜନୀତିକୁ ଆସି ସିଧାସଳଖ ଲୋକଙ୍କର ସେବା କରିବାକୁ ସେ ଇଚ୍ଛାପ୍ରକାଶ କରିଥିଲେ ।

୨୦୧୯ ମସିହାରେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ରାଜନୀତି ମଇଦାନକୁ ଓହ୍ଲାଇଥିଲେ ରବୀନ୍ଦ୍ର । ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଯାଜପୁର ନିର୍ବାଚନ ମଣ୍ଡଳୀବାସୀଙ୍କର ସେବା ଓ ସ୍ୱାର୍ଥ ରକ୍ଷା ଉଦ୍ଦେଶ୍ୟରେ ସେ ସେବେଠୁ ନିଜକୁ ନିୟୋଜିତ କରିଆସିଛନ୍ତି । ନିଜର ପ୍ରଥମ ନିର୍ବାଚନୀ ପ୍ରୟାସରେ ଡଃ ବେହେରା ବିଜୁ ଜନତା ଦଳର ଗଡ଼ କୁହାଯାଇଥିବା ଯାଜପୁରରେ ବିଜେପି ପକ୍ଷରୁ ବାଜି ମାରିବାରେ ସକ୍ଷମ ହୋଇଛନ୍ତି । ନିଜର ୩୧ ବର୍ଷର ଚାଳିରି କାର୍ଯ୍ୟକାଳ ମଧ୍ଯରେ ଡଃ ବେହେରା ଓଡ଼ିଶା ଓ ଜାତୀୟସ୍ତରରେ ବହୁ ଗୁରୁତ୍ବପୂର୍ଣ ପଦପଦବୀରେ ରହି ଖୁବ୍ ସଫଳତା ଅର୍ଜନ କରିଛନ୍ତି । ଓଡ଼ିଶା ରାଜ୍ୟ ଇନଫର୍ମେଟିକ ସେଣ୍ଟରର ବରିଷ୍ଠ ନିର୍ଦ୍ଦେଶକ ଭାବରେ ରାଜ୍ୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବୈପ୍ଲବିକ ବିକାଶ କ୍ଷେତ୍ରରେ ବ୍ୟାପକ ଯୋଗଦାନ ପ୍ରଦାନ କରିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପୁରୀ ଶ୍ରୀମନ୍ଦିରରେ ୧୯୯୮ ମସିହାରେ ଅନଲାଇନ୍ ଚାନ୍ଦା ପୈଠ ବ୍ୟବସ୍ଥା ସହିତ ଡାଇନାମିକ ପୋର୍ଟାଲ ଆରମ୍ଭ କରାଯିବା ଡଃ ବେହେରାଙ୍କ ଯୋଗୁଁ ସମ୍ଭବପର ହୋଇଥିଲା । ତାଙ୍କର ଅନ୍ୟାନ୍ୟ ଉଲ୍ଲେଖଯୋଗ୍ୟ ଅବଦାନ ମଧ୍ୟରେ ଓଡ଼ିଶା ସରକାର, ରାଜଭବନ, ହାଇକୋର୍ଟ, ଓଡ଼ିଶା ପୁଲିସ ତଥା ଉତ୍କଳ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ଆଦିକୁ ମିଶାଇ ମୋଟ ୩୦୦ଟି ଉତ୍ସର୍ଗୀକୃତ ମହତ୍ତ୍ଵପୂର୍ଣ ୱେବସାଇଟର ଶୁଭାଲମ ଅନ୍ୟତମ । ନିଜର ଅନନ୍ୟ ପ୍ରତିଭା ଓ ଉତ୍କୃଷ୍ଟ ପାରଦର୍ଶିତା ପାଇଁ ଡଃ ବେହେରା ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବହୁ ସମ୍ମାନଜନକ ପୁରସ୍କାର ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହାମଧ୍ୟରେ ବାଲି ଦ୍ୱୀପ ଠାରେ ବିଶ୍ଵ ଗୌରବ ପୁରସ୍କାର, ସମାଜ ସେବା ପୁରସ୍କାର, ନେଲସନ ମାଣ୍ଡେଲା ଆନ୍ତର୍ଜାତିକ ଶର୍ତି ପୁରସ୍କାର, ଅନ୍ତର୍ଜାତୀୟ ଓ ଏସୀୟ ଶିକ୍ଷା ପୁରସ୍କାର, ଇ- ଇଣ୍ଡିଆ ଓ ଇ- ୱାର୍ଲନ ପୁରସ୍କାର ଆଦି ଅନ୍ୟତମ । ଏବେ କମ୍ପ୍ୟୁଟର ସୋସାଇଟି ଅଫ ଇଣ୍ଡିଆର ପୂର୍ବତନ ଭୁବନେଶ୍ଵର ଶାଖାର ଅଧ୍ୟକ୍ଷ, ଓ୍ବାର୍କତ୍ର ଓଡ଼ିଶା ସୋସାଇଟିର ଆଇଟି ସାଧାରଣ ସମ୍ପାଦକ, ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନର ପରାମର୍ଶଦାତା ସଦସ୍ୟ, ଭାରତୀୟ ଦୁର୍ନୀତି ନିରୋଧ ପ୍ରତିଷ୍ଠାନର ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ, ଜାତୀୟ ସ୍ୱେଚ୍ଛାସେବୀ ସଂଗଠନ ସଂଘର ସାଧାରଣ ସମ୍ପାଦକ, ସ୍ଵାଭିମାନ ବିଚାର ମଂଚର ସାଧାରଣ ସମ୍ପାଦକ ଏବଂ ବୁଝିନୀତି ଅନୁଷ୍ଠାନ ଭଏସ୍ ଅଫ ଯାଜପୁରର ପ୍ରତିଷ୍ଠାତା ଅଧ୍ଯକ୍ଷ ପ୍ରଭୃତି ଦାୟିତ୍ଵ ସମ୍ଭାଳୁଛନ୍ତି ରବୀନ୍ଦ୍ର ।

୧୯୯୦ ମସିହାରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସକ୍ରୀୟ ସଦସ୍ୟ ରହି ଆସିଥିବା ତଃ ଚେହେରା ପୂର୍ବ ପ୍ରାନ୍ତର ଉପସଂ*ଯୋଜକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଓଡ଼ିଶାର ଜଣେ ଜଣାଶୁଣା ହରିଜନ ନେତା ଭାବରେ ପ୍ରସିଦ୍ଧ ଅର୍ଜନ କରିବା ସହ ବିଜେପିର ଦଳୀୟ ସ୍ତରରେ ବିଭିନ୍ନ ମର୍ଯ୍ୟାଦା ସମ୍ପନ୍ନ ପଦରେ ରହି ଉଲ୍ଲେଖଯୋଗ୍ୟ ସେବା ପ୍ରଦାନ କରିଛନ୍ତି । ଓଡ଼ିଶା ରାଜ୍ୟ ଅନୁସୂଚିତ ଜାତି ମୋର୍ଜାର ସଂଯୋଜକ, ବିଭିନ୍ନ ଜିଲ୍ଲା ପାଇଁ ଅନୁସୂଚିତ ଜାତି ମୋହାଁର ପ୍ରଭାରୀ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚାର ସାଧାରଣ ସମ୍ପାଦକ, ବିଜେପିର ଓଡ଼ିଶା ପ୍ରଦେଶ ଆନ୍ତର୍ଜାତିକ ସମ୍ପର୍କ କମିଟିର ଉପମୁଖ୍ୟ, ନମାମି ଗଙ୍ଗା ନଦୀ ସୁରକ୍ଷା ସମିତିର ଉପ ସଂଯୋଜକ ରହିଆସିଛନ୍ତି ।

ଗତ ସାଧାରଣ ନିର୍ବାଚନରେ ଯାଜପୁରରେ ବିଜେଡିର ଗଡ଼ ଭାଙ୍ଗି ରବୀନ୍ଦ୍ର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଯାଜପୁରର ସର୍ବାଙ୍ଗୀନ ଓ ରାଜ୍ୟୋଦୟ ପାଇଁ ସେ ସଂକଳ୍ପବଦ୍ଧ ଓ ସାଧନାରତ ଅଛନ୍ତି । ଯାଜପୁରରେ ବିଶ୍ବସ୍ତରୀୟ ସ୍ୱାସ୍ଥ୍ୟ ସେବା, ଶିକ୍ଷା, ଜଳସେଚନ ଏବଂ କୃଷି ବ୍ୟବସ୍ଥା ତଥା ଅତ୍ୟାଧୁନିକ ଭିତ୍ତିଭୂମି ଓ ଉନ୍ନତମାନର ମାନବ ଜୀବନ ଧାରଣ ସୁବିଧା ଉପଲବ୍ଧ କରାଇବା ତାଙ୍କର ଜୀବନର ସ୍ୱପ୍ନ ବୋଲି ଡଃ ଦେହେରା ସୂଚାଇଛନ୍ତି । ଯାଜପୁରର ଜୀବନ ରେଖା ବ୍ରାହ୍ମଣୀ ସମେତ ଜିଲ୍ଲାର ସମସ୍ତ ନଦନଦୀର ପୁନରୁଦ୍ଧାର କରାଯାଇ ସେଠାରେ ନୌବାଣିଜ୍ୟ ଓ ମାଛଧରା କାର୍ଯ୍ୟ ଆରମ୍ଭ, ଯାଜପୁର ଭୋଜଠାରେ ଏକ ସଫ୍ଟୱେୟାର ଟେକ୍ନୋଲୋଜିକାର ପାର୍କ ପ୍ରତିଷ୍ଠା, ଶୀତଳ ଭଣ୍ଡାରର ସୁବିଧା ସହିତ ଏକ ଆଗ୍ରୋ ମାର୍କେଟିଂ କମ୍ପ୍ଲେକ ସ୍ଥାପନା, ଚଣ୍ଡିଖୋଲକୁ ଏକ ଆଧୁନିକ ଚଳାର କେନ୍ଦ୍ରରେ ରୂପାନ୍ତରିତ କରିବା, ଯାଜପୁରଠାରେ ଏକ ଇଞ୍ଜିନିୟରିଙ୍ଗ୍ କଲେଜ ପ୍ରତିଷ୍ଠା କରିବା ଏବଂ ସର୍ବୋପରି ଯାଜପୁରକୁ ଏକ ଆନ୍ତର୍ଜାତିକ ଶିଳ୍ପସ୍ଥଳୀ ଭାବରେ ଗଢ଼ି ତୋଳିବାକୁ ରବୀନ୍ଦ୍ର ସ୍ବପ୍ନ ଦେଖିଛନ୍ତି ।

Post Views109 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!