ବାହାଦୁର ଆଇପିଏସ ଖୁରାନିଆ

ୱାଇ.ବି ଖୁରାନିଆ । ଦକ୍ଷତା ଯେମିତି ବାହାଦୁର ବି ସେମିତି । ଭାରତୀୟ ପୋଲିସ ପ୍ରଶାସନିକ ସେବାର ଜଣେ କର୍ମଠ ଓ କର୍ମବୀର ଅଫିସର । ତାଙ୍କ ନାଁ ଶୁଣିଲେ ଅପରାଧୀଙ୍କ ହୋସ୍ ଉଡ଼ିଯାଉଥିଲା, ଆଉ ଚେହେରା ଦେଖିଲେ ପୂରା ଅପରାଧ ଜଗତ ଥରହର ହେଉଥିଲା । ସେ ଯେମିତି ଡାଇନାମିକ ସେମିତି ଡିସିପ୍ଲିନ । ଜଣେ ସ୍ବଚ୍ଛ, ନିର୍ମଳ ଭାବମୂର୍ତ୍ତୀର ବରିଷ୍ଠ ଅଧିକାରୀ ୱାଇ.ବି ଖୁରାନିଆଙ୍କୁ ରାଜ୍ୟ ପୋଲିସର ମଙ୍ଗ ଧରାଇଛନ୍ତି ଓଡ଼ିଶା ସରକାର । ୱାଇ.ବି ଖୁରାନିଆଙ୍କୁ ଓଡ଼ିଶାର ପୋଲିସ ଡିଜି ଭାବେ ନୂଆ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ହେଉଛନ୍ତି ୱାଇ.ବି ଖୁରାନିଆ । କେନ୍ଦ୍ରୀୟ ଡେପୁଟେସନରେ ସେ ୨୦୨୧ ମସିହାରୁ ଯାଇଥିବା ବେଳେ ନିକଟରେ ଓଡ଼ିଶା କ୍ୟାଡରକୁ ଫେରିଥିଲେ । ବିଏସଏଫର ସ୍ୱତନ୍ତ୍ର ଡିଜି ଭାବେ କାର‌୍ୟ୍ୟ କରୁଥିଲେ । ଯୋଗେଶ ବାହାଦୂର ଖୁରାନିଆ ନିଜର କ୍ୟାରିୟର ଆରମ୍ଭରେ ୫ଟି ଜିଲାରେ ଏସପି ଭାବେ କାର‌୍ୟ୍ୟ କରିଥିଲେ । ନୟାଗଡ, ରାଉରକେଲା, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଜିଲାରେ ଏସପି ଭାବେ କାର‌୍ୟ୍ୟ କରି ନିଜର ଦାୟିତ୍ୱକୁ ସଠିକ୍‍ ଭାବେ ତୁଲାଇଥିଲେ । ଖୁରାନିଆଙ୍କ ସମୟରେ ଏହି ସବୁ ଜିଲ୍ଲା ଗୁଡ଼ିକରେ ଅପରାଧିକ କାର‌୍ୟ୍ୟକଳାପ ବେଶ ନିୟନ୍ତ୍ରଣକୁ ଆସିଥିଲା । ଓଡ଼ିଶାର ଗଳିକନ୍ଦିରେ କାମ କରି ଭଲକି ବୁଝିଥିବା ଏବଂ ଆଇନ ଶୃଙ୍ଖଳାକୁ ଆୟତ୍ତ କରିବାର ଦକ୍ଷତା ରଖିଥିବା ଅଫିସର ହେଉଛନ୍ତି ଓ୍ବାଇ ବି ଖୁରାନିଆ ।

କଟକ-ଭୁବନେଶ୍ବରର ଆଇନଶୃଙ୍ଖଳା ସବୁବେଳେ ଫୋକସରେ ରହିଥାଏ । ଦିନ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଟୁଇନସିଟିକୁ କ୍ରାଇମ ଫ୍ରି କରିବାରେ ଖୁରାନିଆଙ୍କର ଥିଲା ବଡ଼ ଭୂମିକା । କଟକ-ଭୁବନେଶ୍ବର କମିଶନରେଟ ପୋଲିସର କମିଶନର ଭାବେ ତାଙ୍କ ଦାୟିତ୍ବ ବେଶ୍ ଉଲ୍ଲେଖନୀୟ ।
ପୂର୍ବରୁ ଓଡ଼ିଶାରେ ସେ ଉତ୍ତରାଂଚଳ ଓ ଦକ୍ଷିଣାଂଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ। ଏଥିସହ କେନ୍ଦ୍ରକୁ ଯାଇ ଈଝୠ ସ୍ପେଶାଲ ଡିଜି ମଧ୍ୟ ହୋଇଥିଲେ । ତାଙ୍କ କାର‌୍ୟ୍ୟଦକ୍ଷତା ଦେଶରେ ମଧ୍ୟ ବେଶ୍ ପ୍ରଶଂସିତ ହୋଇଥିଲା ।
ଅଗଷ୍ଟ ୨ ତାରିଖରେ କ୍ୟାବିନେଟ୍ କମିଟି ଶ୍ରୀ ଖୁରାନିଆଙ୍କ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡ଼ିଶା କ୍ୟାଡ଼ରକୁ ଫେରାଇ ଆଣିଥିଲା। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜୁଲାଇ ୨୬ ତାରିଖର ପ୍ରସ୍ତାବ ଆଧାରରେ ବିଏସଏଫ ସ୍ପେଶାଲ ଡିଜି ୧୯୯୦ ବ୍ୟାଚ୍ ଆଇପିଏସ୍ ଶ୍ରୀ ଖୁରାନିଆଙ୍କୁ ତତ୍କାଳ ପ୍ରଭାବରୁ ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେବା ପାଇଁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅନୁମୋଦନ କରିଥିଲା। ପରେ ଓଡ଼ିଶା ସରକାର ତାଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି ।

ନିଯୁକ୍ତି ପାଇବା ପରେ ଓଡ଼ିଶାର ନୂଆ ପୁଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ରାଜ୍ୟ ପୁଲିସ ମୁଖ୍ୟାଳୟରେ ସେ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଓଡିଶାରେ ଆଇନଶୃଙ୍ଖଳାକୁ ସୁରକ୍ଷିତ ରଖିବା ସହ ଲୋକଙ୍କୁ ସୁବିଧାରେ ସେବା ଯୋଗାଇଦେବା ତାଙ୍କର ପ୍ରାଥମିକତା ବୋଲି ଖୁରାନିଆ କହିଛନ୍ତି । ରାଜ୍ୟରେ ନୂଆ ସରକାର ଆସିଥିବାବେଳେ ଲୋକଙ୍କୁ ଏକ ସୁରକ୍ଷିତ ସମାଜ ଭେଟିବାକୁ ପ୍ରତିଶୃତି ଦେଇଛି । ଏହାକୁ ପାଳନ କରି ଓଡିଶାକୁ ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ଗଡିତୋଳିବାକୁ ଖୁରାନିିଆଙ୍କ ଉପରେ ଦାୟିତ୍ବ ରହିଛି ।

 

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!