୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶୁକ୍ରବାର ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି। ଦେଶର ସବୁଠାରୁ ସମ୍ମାନଜନକ ସିନେମା ପୁରସ୍କାର ଭାବରେ ଏହା ଜଣାଶୁଣା। ଜାତୀୟ ପୁରସ୍କାର ଯେକୌଣସି ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁଏକ ବଡ଼ ସଫଳତା ଭାବେ ବିଚେନା କରାଯାଇଥାଏ। ଯେଉଁଗୁଡ଼ିକ ୧ ଜାନୁଆରୀ ୨୦୨୨ରୁ ୩୧ ଡିସେମ୍ବର ୨୦୨୨ ମଧ୍ୟରେ ଫିଲ୍ମ ସେନ୍ସର ବୋର୍ଡ ଦ୍ୱାରା ସେନ୍ସର ସାର୍ଟିଫିକେଟ୍ ଦିଆଯାଇଛି। ସେହି ଚଳଚ୍ଚିତ୍ରଗୁଡ଼ିକ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି ।

ଲୋକପ୍ରିୟ ଚଳଚ୍ଚିତ୍ର ଭାବେ ‘କାନ୍ତାରା’ ଫିଲ୍ମକୁ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଶ୍ରେଷ୍ଠ ଅଭିନେତା କାନ୍ତାରା ଫିଲ୍ମ ପାଇଁ ରିଷବ ସେଟ୍ଟୀଙ୍କୁ ପ୍ରଦାନ କରାଯାଇଛି ।

ଶ୍ରେଷ୍ଠ ଅଭିନେତ୍ରୀ -ତିରୁଚିଟ୍ରମ୍ବଲମ୍ ପାଇଁ ନିତ୍ୟା ମେନେନ୍ ଏବଂ କୁଚ୍ଛ ଏକ୍ସପ୍ରେସ ପାଇଁ ମାନସୀ ପାରେଖ

ଭିଜୁଆଲ ଇଫେକ୍ଟ ଓ ଆନିମେସନ ପାଇଁ- ‘ବ୍ରହ୍ମାସ୍ତ୍ର’ ଶ୍ରେଷ୍ଠ ଫିଲ୍ମ

ଗୁଲମୋହର -ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର

କାର୍ତ୍ତିକେୟ- ୨- ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର

ସୋରାଜ ବାରଜିତ୍ୟ -ଶ୍ରେଷ୍ଠ ନିର୍ଦ୍ଦେଶକ

ଭାଲଭି -ଶ୍ରେଷ୍ଠ ମରାଠୀ ଚଳଚ୍ଚିତ୍ର

ଦମନ- ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

ମାଲାୟାଲମ୍ ଚଳଚ୍ଚିତ୍ର ଆଟ୍ୟମ ପାଇଁ ଆନନ୍ଦ ଏକାର୍ଶି ଶ୍ରେଷ୍ଠ ସ୍କ୍ରିନ୍ ସ୍କ୍ରିପ୍ଟ ପୁରସ୍କାର ଲାଭ କରିଛନ୍ତି।

ଶ୍ରେଷ୍ଠ ଗୀତିକାର(ପୁରୁଷ)- ଅରିଜିତ ସିଂହ

ଶ୍ରେଷ୍ଠ ଗୀତିକାର ( ମହିଳା)-ବମ୍ବେ ଜୟଶ୍ରୀ

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!