ପୁତ୍ର ସନ୍ତାନକୁ ଜନ୍ମ ଦେଲେ କମେଡିଆନ ଭାରତୀ ସିଂହ

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌ ସେଫ୍ସ’ର ଶୁଟିଂ ପାଇଁ ସେଟରେ ବାହାରିଥିଲେ।

ସକାଳେ ହଠାତ୍‌ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯିବାକୁ ପଡିଲା। ପରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ମା’ ଏବଂ ପିଲା ଉଭୟ ସୁରକ୍ଷିତ ଥିବା ଜଣାପଡ଼ିଛି।

ଭାରତୀ ସିଂହ ଏବଂ ହର୍ଷ ଲିମ୍ବାଚିୟା ପୂର୍ବରୁ ଏକ ପୁତ୍ର ସନ୍ତାନର ମାତାପିତା। କିଛି ମାସ ପୂର୍ବରୁ ଏହି ଦମ୍ପତି ପ୍ରଶଂସକମାନଙ୍କ ସହିତ ସେମାନଙ୍କର ଦ୍ୱିତୀୟ ଗର୍ଭଧାରଣ ଘୋଷଣା କରିଥିଲେ। ସ୍ବିଜରଲାଣ୍ଡ ଛୁଟି ବିତାଇବାକୁ ଯାଇଥିବା ସମୟରେ ସେ ଏହି ଖୁସିଖବର ଶେୟାର କରିଥିଲେ।

Post Views24 Total Count

Apply Now


This will close in 0 seconds

error: Content is protected !!