ଆହାର କେନ୍ଦ୍ରରେ ଭୋଜନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

କୋରାପୁଟ ସୁନାବେଡ଼ା ଜାତିୟ ରାଜପଥ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ରରେ ଭୋଜନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତାକୁ ନିଜେ ତଦାରଖ କରିବା ସହିତ ଖାଦ୍ୟର ଶୁଷମତା ଏବଂ ସ୍ବାଦକୁ ପରଖିଛନ୍ତି ମନ୍ତ୍ରୀ । ସୁନାବେଡା ଜାତିୟ ରାଜପଥ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ରରେ ଆହାର ଖାଦ୍ୟ ଖାଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ତାଙ୍କ ସହ କୋରାପୁଟ ବିଧାୟକ ରଘୁରାମ ମାଛ ଏବଂ କୋରାପୁଟ ଜିଲ୍ଲାପାଳ ମନୋଜ୍ ସତ୍ୟବାନ୍ ମହାଜନ ମଧ୍ୟ ରହିଥିଲେ । ଆହାର କେନ୍ଦ୍ରରେ ଭାତ, ଡାଲମା ଓ ଆଚାର ଖାଇଛନ୍ତି ମନ୍ତ୍ରୀ । କୋରାପୁଟ ଗସ୍ତରେ ଅଛନ୍ତି ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ଗତକାଲି ଜାତୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଜି ସକାଳୁ କୋରାପୁଟ ଓ ସୁନାବେଡ଼ା ପୌରପାଳିକାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ହେଉଥିବା ଉନ୍ନୟନ କାର୍ଯ୍ୟକୁ ନିଜେ ଦେଖିବା ସହ ସମୀକ୍ଷା କରିଛନ୍ତି ।

Post Views44 Total Count

Apply Now


This will close in 0 seconds

error: Content is protected !!