ବେଦାନ୍ତ ଆଲୁମିନିୟମ ଏବଂ ଡାଲମିଆ ସିମେଣ୍ଟ ମଧ୍ୟରେ ଏକ ବ୍ୟବସାୟିକ ବୁଝାମଣା

ବେଦାନ୍ତ ଆଲୁମିନିୟମ ଏବଂ ଡାଲମିଆ ସିମେଣ୍ଟ ମଧ୍ୟରେ ଏକ ବ୍ୟବସାୟିକ ବୁଝାମଣା ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍ର ସିଇଓ ସୁନୀଲ ଗୁପ୍ତା କହିଛନ୍ତି, ଶିଳ୍ପର ପ୍ରକୃତିକୁ ଦୃଷ୍ଟିରେ ରଖି ବେଦାନ୍ତ ରଣନୀତିକ ସହଯୋଗ ଜାରି ରଖିଛି।

ଯେପରିକି ସିମେଣ୍ଟ ତିଆରିରେ ଉନ୍ନତ ଗୁଣବତ୍ତା, ସ୍ଥାୟିତ୍ୱ ଓ ମୂଲ୍ୟ ଦୃଷ୍ଟିରୁ ଏକାଧିକ ଲାଭ ପ୍ରଦାନ କରିବ ଓ ଏଥିପାଇଁ ଆମେ ବର୍ଜ୍ୟବସ୍ତୁର ଠିକ୍ ସଦୁପଯୋଗ କରିବାକୁ ଚାହୁଁଛୁ। ସମ୍ପୃକ୍ତ ଶିଳ୍ପର ଉତ୍ପାଦନ ଓ ସ୍ଥାୟୀ ବିକାଶ ଲାଗି ଆମର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ସେହିଭଳି ଡାଲମିଆ ସିମେଣ୍ଟର ମୁଖପାତ୍ର କହିଛନ୍ତି, ଭାରତରେ ଡାଲମିଆ ସିମେଣ୍ଟର ସମସ୍ତ ହିତାଧିକାରୀଙ୍କ ପାଇଁ ସ୍ଥାୟୀ ଉପାୟରେ ମୂଲ୍ୟ ବୃଦ୍ଧି କରିବାକୁ ଆଗ୍ରହ ପ୍ରକାଶ କରିଆସୁଛି। ବେଦାନ୍ତ ଆଲୁମିନିୟମ ସହିତ ଆମର ସହଭାଗିତା ଉଭୟ ସିମେଣ୍ଟ ଓ ଆଲୁମିନିୟମର ସ୍ଥିରତା ଏଜେଣ୍ଡାକୁ ସମର୍ଥନ କରିବା ଦିଗରେ ଉଭୟ କମ୍ପାନୀକୁ ପ୍ରତିବଦ୍ଧତାକୁ ଦର୍ଶାଉଛି।

ବିଶେଷକରି ଫ୍ଲାଏ ଆଶ୍ ପାଉଁଶ ଭଳି ଶିଳ୍ପ ବଜ୍ୟବସ୍ତୁ ଯୋଗାଣ ପାଇଁ ଉଭୟ ସଂସ୍ଥା ଦୀର୍ଘଦିନ ହେଲା ସହଯୋଗିତା କରିଆସୁଛି। ଏପରିକି ସ୍ବଳ୍ପ ଅଙ୍ଗାରକାମ୍ଳ ସିମେଣ୍ଟ ଉତ୍ପାଦନ ପାଇଁ ପଟ୍ ଲାଇନିଂ ଖର୍ଚ୍ଚ କରୁଛି। ଏହି ସହଭାଗିତା ଅନୁଯାୟୀ ଝାରସୁଗୁଡ଼ା ଭାଲିରେ ବେଦାନ୍ତର ବୃହତ୍ ଆଲୁମିନିୟମ ସ୍ମେଲଟର ୫ବର୍ଷ ପାଇଁ ମାସିକ ପ୍ରାୟ ୨୦ଟି ଫ୍ଲାଏ ଆଶ୍କୁ ଓଡ଼ିଶା, ଛତିଶଗଡ଼, ମେଘାଳୟ ଓ ଆସାମର ସିମେଣ୍ଟ ଉତ୍ପାଦନ ପାଇଁ ପରିବହନ କରିଥାଏ ଓ ରାଜଗାଙ୍ଗପୁରର କମ୍ପାନୀରୁ ପ୍ଲାଣ୍ଟକୁ ୩ ବର୍ଷ ପାଇଁ ଏସ୍ପିଏଲ୍ ଯୋଗାଇଥାଏ। ସିମେଣ୍ଟ ଶିଳ୍ପଗୁଡ଼ିକୁ ଉଚ୍ଚସ୍ତରୀୟ ଫ୍ଲାଏ ଆଶ୍ର ଏକ ପସନ୍ଦଯୋଗ୍ୟ ଯୋଗାଣକାରୀ ଭାବେ ବେଦାନ୍ତ ଲିମିଟେଡ୍ ଅତୁଳନୀୟ ଭୂମିକା ନିର୍ବାହ କରିଥାଏ।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!