ଫିଲିପ୍ସ ଏଜୁକେଶନ ସହ ସୋଆର ରାଜିନାମା

ସୋଆ ଏବଂ ନଭି ମୁମ୍ବାଇସ୍ଥିତ ଫିଲିପ୍ସ ଏଜୁକେଶନ, ଫିଲିପ୍ସ ମେଶିନ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସହ ଏକ ବୁଝାମଣାପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ଉଭୟ ସଂସ୍ଥାର ଉକ୍ତ ରାଜିନାମା ଅନୁଯାୟୀ ଫିଲିପ୍ସ ଏଜୁକେଶନ, ଫିଲିପ୍ସ ମେଶିନ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସୋଆ ସହ ମିଳିତ ଭାବେ କାର୍ଯ୍ୟ କରିବ।

ଏପରିକି ସୋଆର ଛାତ୍ରୀଛାତ୍ର ଓ ଫ୍ୟାକଲ୍ଟିମାନଙ୍କୁ ସ୍ବଳ୍ପ ଏବଂ ଦୀର୍ଘ ମିଆଦୀ ପ୍ରଶିକ୍ଷଣ ସହ ପ୍ରତି ବର୍ଷ ନିଯୁକ୍ତି ମଧ୍ୟ ପ୍ରଦାନ କରିବ। ଉକ୍ତ ଲକ୍ଷ୍ୟ ପୂରଣ କରିବା ନିମନ୍ତେ ବିଭିନ୍ନ ପ୍ରଶିକ୍ଷଣ ଏବଂ ନିଯୁକ୍ତି କାର୍ଯ୍ୟକ୍ରମ ସହ କର୍ମଶାଳା ଏବଂ ସେମିନାରର ମଧ୍ୟ ଆୟୋଜନ କରାଯିବ। ବିଶେଷକରି ଶିକ୍ଷକ ଓ ଛାତ୍ରୀଛାତ୍ରମାନେ ଶିଳ୍ପ କ୍ଷେତ୍ରର ବିଭିନ୍ନ ସମସ୍ୟା ସହ ପରିଚିତ ହେବା ନିମନ୍ତେ ଉକ୍ତ ରାଜିନାମା ସ୍ବାକ୍ଷରିତ ହୋଇଥିବା ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଫିଲିପ୍ସ ଏଜୁକେଶନର ମୁଖ୍ୟ, ସେଲ୍ସ ଷ୍ଟ୍ରାଟେଜି କମଲ ବାତ୍ରା ଉକ୍ତ ଏମ୍ଓୟୁରେ ସ୍ବାକ୍ଷର କରିଥିଲେ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!