ପଶ୍ଚିମା ଝଡ଼ ପ୍ରଭାବରେ ୧୧ ଜିଲ୍ଲାରେ ହେବ ଘଡ଼ଘଡ଼ି ସହ ବର୍ଷା

ଆଜି ଉପକୂଳ ଏବଂ ଏହା ପାର୍ଶ୍ବବର୍ତ୍ତୀ ଜିଲ୍ଲା ଯଥାକ୍ରମେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ଭିଜିବ ରାଜ୍ୟର ଅଧିକାଂଶ ଅଞ୍ଚଳ। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଦେଖାଯିବାକୁ ଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହେବ। ଏହି ବର୍ଷା ଲୋକଙ୍କୁ ଗରମରୁ ତ୍ରାହି ଦେବା ସହ ଜଙ୍ଗଲ ନିଆଁକୁ ମଧ୍ୟ ପ୍ରଶମିତ କରିବ ବୋଲି ଆଶା କରାଯାଉଛି।

ମାର୍ଚ୍ଚ ୧୬ ରୁ ୧୯ ତାରିଖ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟ ଅଳ୍ପ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି।

୧୬ ତାରିଖରୁ ବର୍ଷାର ପ୍ରକୋପ ବୃଦ୍ଧି ହେବା ସହ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ମଧ୍ୟ ପ୍ରଭାବ ରହିବ। ଏହା ସହିତ କିଛି ଜିଲ୍ଲାରେ ପବନ ର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ପର୍ଯ୍ୟନ୍ତ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ସ୍ଥିତି ପାଇଁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!