ଚଳିତ ବର୍ଷ ଦିଆଯିବ ୪୦ ହଜାର ନିଯୁକ୍ତି

ଫେବୃଆରୀ ୧୭ରେ ବିଧାନସଭାରେ ଆଗତ ହେବ ବଜେଟ୍‌ । ଏଥିପାଇଁ ଆଜି ବସିଥିଲା ପ୍ରାକ୍‌ ବଜେଟ୍‌ ବୈଠକ । ପ୍ରି ବଜେଟ୍‌ ନେଇ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆମେ ଲୋକମତ ସଂଗ୍ରହ କରୁଛୁ । ଆଜି ପ୍ରାକ୍‌ ବଜେଟ ପରାମର୍ଶ ନେଇ ବୈଠକରେ ସମସ୍ତଙ୍କ ସହ ସବିଶେଷ ଆଲୋଚନା ହୋଇଛି । ସମସ୍ତ ସଦସ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ ବଜେଟ୍‌ ପାଇଁ ମତାମତ ଦେଇ ପାରିବେ । ସାଧାରଣ ଲୋକଙ୍କ ପାଇଁ କିପରି ବଜେଟରେ ଗୁରୁତ୍ୱ ମିଳିବ ସେ ନେଇ ବଜେଟ ପ୍ରସ୍ତୁତ ସମୟ ରେ ଚିନ୍ତା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ।

ସେଆହୁରି କହିଛନ୍ତି, ରାଜସ୍ୱ କେମିତି ବଢିବ ସେ ନେଇ ସରକାର ଚିନ୍ତା କରୁଛନ୍ତି । ଶିଳ୍ପ, ପର୍ଯ୍ୟଟନ କ୍ଷେତ୍ରକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶାରେ କିପରି ଆମର ଜିଡିପି ବଢିବ ସେଥିପାଇଁ ଆମେ କୃଷି ଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ୱ ଦେଉଛୁ । ସେଥିପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ଭଳି ଯୋଜନା ଆରମ୍ଭ କରିବାକୁ ଯାଉଛୁ । ଆଗାମୀ ବର୍ଷରେ ଗାଁରେ କିଭଳି ଆର୍ଥିକ ସ୍ଥିତି ମଜବୁତ୍ ହେବ, ଗାଁରେ ଆୟର ସୋର୍ସ ତିଆରି କରିବା ପାଇଁ ସରକାର ଯୋଜନା କରିଛନ୍ତି । ଗାଁ ଲୋକ ଯେପରି ଆଉ ସହରକୁ ଆସିବେ ନାହିଁ ସେଥିପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶାରେ ଫୋକସ୍‌ କରାଯାଉଛି ।

Post Views9 Total Count

Apply Now


This will close in 0 seconds

error: Content is protected !!