ଭକ୍ତଙ୍କୁ ମିଳିବନି ନବଯୌବନ ଦର୍ଶନ ସୁଯୋଗ, ଦେଉଳ ଛାଡି ବହାରକୁ ଆସିବେ କାଳିଆ ସାଆଁତେ

ସରିଛି ଅଣସର ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, କିନ୍ତୁ ଭକ୍ତଙ୍କୁ ମିଳିବନି ନବଯୌବନ ଦର୍ଶନ ସୁଯୋଗ । ସୁସ୍ଥ ହେବା ପରେ ଖଡ଼ି ଲାଗି ସହ ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି । ଏଥିପାଇଁ ୧୩ ଦିନର ଅଣସର ‌ଶେଷ କରି ରବିବାର ଶ୍ରୀଜିଉ ଅଣସର ପିଣ୍ଡିରୁ ନବଯୌବନ ବେଶରେ ଦର୍ଶନ ଦେବେ।

ଏହାର କିଛି ଘଣ୍ଟା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପହଣ୍ଡି ଆରମ୍ଭ ହେବ। କିନ୍ତୁ ଭକ୍ତମାନେ ଚଳିତବର୍ଷ ନବଯୌବନ ଦର୍ଶନର ସୌଭାଗ୍ୟରୁ ବଞ୍ଚିତ ରହିବେ। କେବଳ ସେବାୟତ ପରିବାରଙ୍କୁ ଏହି ସୁଯୋଗ ମିଳିବ। ଗୋଟିଏ ଦିନରେ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ୁଥିବାରୁ ଚଳିତବର୍ଷ ନବଯୌବନ ଦର୍ଶନ ବନ୍ଦ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ଅନ୍ୟପଟେ ଭକ୍ତ ଙ୍କୁ ଦର୍ଶନ ଦେବାକୁ ନିଜେ ସାଆଁତେ ଆଜି ବାହାରକୁ ଆସିବେ ବୋଲି ଭକ୍ତଙ୍କ ମନ ରହିଛି ବ୍ୟାକୁଳ ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!