ଜୁଲାଇ ୨୩ରେ ଆସିବ ଦେଶର ସାଧାରଣ ବଜେଟ୍

  1. ଜୁଲାଇ ୨୩ରେ ଆସିବ ଦେଶର ସାଧାରଣ ବଜେଟ୍, ସଂସଦର ବଜେଟ୍ ଅଧିବେଶନ ଡକାଇବାକୁ ସରକାରଙ୍କ ପ୍ରସ୍ତାବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି । ୨୨ ଜୁଲାଇରୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ବଜେଟ ଅଧିବେଶନ ଚାଲିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୨୩ରେ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ଭାବରେ ସଂସଦରେ ନିର୍ମଳାଙ୍କ ଏହା ସପ୍ତମ ବଜେଟ୍ ଉପସ୍ଥାପନ ହେବ। ସପ୍ତମ ଥର ବଜେଟ ଉପସ୍ଥାପନ କରି ସୀତାରମଣ ପୂର୍ବତନ ଅର୍ଥମନ୍ତ୍ରୀ ମୋରାର୍ଜି ଦେସାଇଙ୍କ ରେକର୍ଡ ଭାଙ୍ଗି ପ୍ରଥମ ଭାରତୀୟ ଅର୍ଥମନ୍ତ୍ରୀ ହେବେ।

ଅନ୍ୟପଟେ ବଜେଟ ଅଧିବେଶନ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇ କହିଛନ୍ତି ଯେ ଭାରତ ସରକାରଙ୍କ ସୁପାରିଶ କ୍ରମେ ମାନ୍ୟବର ରାଷ୍ଟ୍ରପତି ୨୨ ଜୁଲାଇ, ୨୦୨୪ରୁ ବଜେଟ୍ ଅଧିବେଶନ, ୨୦୨୪ ପାଇଁ ସଂସଦର ଉଭୟ ଗୃହ ଡାକିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!