୨ରେ ଅନଲାଇନ୍‌, ୫ ଓ ୬ରେ କାଉଣ୍ଟରରେ ବିକ୍ରି ହେବ ଟିକେଟ୍‌

ଫେବୃଆରୀ ୯ରେ ଦୁଲୁକିବ ବାରବାଟୀ । ଐତିହାସିକ ବାରବାଟୀ ଷ୍ଟାଡିଅମରେ ଖେଳାଯିବ ଭାରତ ବନାମ ଇଂଲଣ୍ଡ ଏକଦିବସୀୟ ମ୍ୟାଚ । ଏନେଇ ଷ୍ଟାଡିଅମରେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ କ୍ରୀଡା ବିଭାଗ ଓ ଓଡ଼ିଶା କ୍ରିକେଟ ସଂଘଙ୍କ ମଧ୍ୟରେ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଫେବୃଆରୀ ୨ରେ ଜୋମାଟୋ ଓ ପେଟିଏମରେ ଉପଲବ୍ଧ ହେବ ୪୦୦୦ ଅନଲାଇନ ଟିକେଟ ।

ସେହିପରି ୫ ଓ ୬ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ ୧୯ ହଜାରରୁ ୨୦,୦୦୦ ଅଫଲାଇନ ଟିକେଟ ଉପଲବ୍ଧ ହେବ । ଅବଶିଷ୍ଟ ଅନୁବନ୍ଧିତ ୟୁନିଟକୁ ଟିକେଟ ପ୍ରଦାନ କରିବ ଓସିଏ । ଅଫଲାଇନ ଟିକେଟ ବିକ୍ରି ସମୟରେ ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର କାଉଣ୍ଟର ହେବ । ୪ଟି ବ୍ୟାରିକେଡ ମଧ୍ୟରେ ୬ଟି କାଉଣ୍ଟରରୁ କ୍ରିକେଟ ଫ୍ୟାନ୍ସ ଟିକେଟ କିଣିବେ ।

Post Views4 Total Count

Apply Now


This will close in 0 seconds

error: Content is protected !!