ତାରିଣୀ ଦର୍ଶନ ସାରି ଫେରୁଥିବା ବେଳେ ଓଲଟିଲା ବସ୍

ଘନ କୁହୁଡି ସାଜିଲା କାଳ । ତାରିଣୀ ଦର୍ଶନ ସାରି ଫେରୁଥିବାବେଳେ ଓଲଟିଲା ବସ୍‌ । ୨ ଗୁରୁତର କଟକ ସ୍ଥାନାନ୍ତର । ପୁରୁଣା କଟକ-ସମ୍ବଲପୁର ରାସ୍ତାର ଦ୍ବାରବତୀପୁର ଗାଁ ପାଖରେ ଦୁର୍ଘଟଣା । କୁହୁଡି ଯୋଗୁ ରାସ୍ତା ତଳକୁ ଖସି ପଡିଛି ଯାତ୍ରୀବାହୀ ବସ୍‌ ଗୌରୀ ।

ଆଠଗଡ ମହାକାଳବସ୍ତ ଝରଣ ଗାଁର ୨୫ରୁ ଅଧିକ ଯାତ୍ରୀ ଗୋରୀ ବସ୍‌ରେ ଘଟଗାଁ ଦର୍ଶନ ସାରି ଫେରୁଥିବାବେଳେ ଦୁର୍ଘଟଣା ହୋଇଛି । ୨ଜଣ ଗୁରୁତର ଯାତ୍ରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।ରାଜ୍ୟରେ ଶୀତ କମିବା ସହ ଲାଗିରହିଛି ଘନ କୁହୁଡି । ଚାରିଆଡେ ଧୂଆଁ ଧୂଆଁ । ରାସ୍ତାଘାଟ କିଛି ଦେଖାଯାଉନି । ଯାତାୟତରେ ନାନା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି ।

Post Views3 Total Count

Apply Now


This will close in 0 seconds

error: Content is protected !!