ନବୀନଙ୍କ ମନ ଜିଣିଛନ୍ତି ବବି

ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି । ନିଜର ସାଙ୍ଗଠନିକ ଦକ୍ଷତା ବଳରେ ସେ ବିଜେଡିକୁ ଆହୁରି ସୁଦୃଢ ଓ ସଙ୍ଗଠିତ କରି ପାରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ବବି ଅନେକ ନେତାଙ୍କ ପାଇଁ ଉଦାହରଣ ସାଜି ଉଭା ହୋଇଛନ୍ତି । ନବୀନଙ୍କୁ ନିଜର ଆଦର୍ଶ ଭାବୁଥିବା ବବି ତାଙ୍କ ମାର୍ଗରେ ହିଁ ଆଗକୁ ବଢୁଛନ୍ତି । ଅଥାର୍ତ ନବୀନଙ୍କ ଭଳି ଜନସେବାକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ଯେଉଁଥିପାଇଁ କ୍ଷମତା ପଛରେ ନଧାଇଁ ଉଭୟ ଓଡ଼ିଶାବାସୀ ଓ ବିଜେଡି ଦଳର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦିନ ରାତି ଏକ କରି ଦେଇଛନ୍ତି ପ୍ରଣବ । କ୍ଷମତା ନୁହେଁ ଜନସେବା ହିଁ ବବିଙ୍କ ପାଇଁ ପ୍ରାଥମିକତା ।

ନବୀନଙ୍କଚତୁର୍ଥ ପାଳିରେ ବବିଙ୍କୁ ପ୍ରଥମ ଥର ପାଇଁ ମନ୍ତ୍ରୀ ହେବାର ସୌଭାଗ୍ୟ ମିଳିଥିଲା । କିନ୍ତୁ ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଳର ପ୍ରଦର୍ଶନ ଉତ୍ସାହଜନକ ନହେବାରୁ ବିଜେଡିର ୟଙ୍ଗ ବ୍ରିଗେଡକୁ ମନ୍ତ୍ରୀ ପଦରୁ ଅବ୍ୟାହତି ଦେଇ ସଙ୍ଗଠନ ସୁଦୃଢ କରିବାକୁ ଦାୟିତ୍ୱ ଦେଇଥିଲେ ବିଜେଡିର ହାଇକମାଣ୍ଡ । ଯେଉଁଥିରେ ବବି ମଧ୍ୟ ରହିଥିଲେ । ସେତେବେଳେ ବିଜେଡି ସୁପ୍ରିମୋ ଦେଇଥିବା ଦାୟିତ୍ୱକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ ବବି । ଯେଉଁଠି ଦଳରେ ଅସନ୍ତୋଷ ଓ ଫାଟ ଥିଲା ତାହାକୁ ଦୂର କରିବାରେ ସକ୍ଷମ ହୋଇଥିଲେ ।

ବିଜେଡିର ୟଙ୍ଗ ବ୍ରିଗେଡଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ୨୦୧୯ ନିର୍ବାଚନରେ ମିଳିଥିଲା । ପଞ୍ଚାୟତ ନିର୍ବାଚନରେ ଦଳ ଯେଉଁଠି ଭଲ ପ୍ରଦର୍ଶନ କରିପାରିନଥିଲା ସାଧାରଣ ନିର୍ବାଚନରେ ଦଳ ସେଠାରେ ଆଶ୍ଚର୍ଯ୍ୟଜନକ ଭାବେ ଆଶାଠାରୁ ଅଧିକ ଭଲ କରିଥିଲା । ଖାସକରି ବବି ଯେଉଁ ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେଇଥିଲେ ଦଳ ସେଠାରେ ଏକତରଫା ପ୍ରଦର୍ଶନ କରିଥିଲା । ଏହି ଫଳାଫଳ ଜରିଆରେ ବବିଙ୍କର ସାଙ୍ଗଠନିକ ଦକ୍ଷତାକୁ ପରଖିଥିଲେ ବିଜେଡି ନବୀନ । ଯେଉଁଥିପାଇଁ ବବିଙ୍କୁ ମନ୍ତ୍ରୀମଣ୍ଡଳକୁ ନ ଆଣି ସଙ୍ଗଠନ ଦାୟିତ୍ୱ ଦେଇଥିଲେ । ଦଳକୁ ସୁସଙ୍ଗଠିତ କରିବାର ଗୁରୁଦାୟିତ୍ୱ ଦେଇଥିବାରୁ ବବି ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ ।

ଏବେ ବିରୋଧୀଙ୍କ ନିଦ ହଜାଇ ଦେଇଛନ୍ତି ବବି । ଅଧିକାଂଶ ନିର୍ବାଚନମଣ୍ଡଳୀରେ ବିରୋଧୀଙ୍କ ସତ୍ତା ନାହିଁ କହିଲେ ଚଳେ । ଆଉ ଏହା ସମ୍ଭବପର ହୋଇପାରିଛି ନବୀନଙ୍କ ଲୋକପ୍ରିୟତା ଓ ବବିଙ୍କ ସଠିକ୍ ରଣକୌଶଳ ବଳରେ । ଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିର ବିଜୟ ଓ ଉପ-ନିର୍ବାଚନରେ ଦଳ ବାଜିମାତ କରିଛି । ଦଳକୁ ସଙ୍ଗଠିତ କରିବା ସହ ସଫଳତା ଭେଟି ଦେଉଥିଲେ ମଧ୍ୟ ବବି କେବେ କ୍ଷମତା କରିଡରକୁ ଫେରିବାକୁ ଡିମାଣ୍ଡ କରିନାହାନ୍ତି । ବବି କେବଳ ନବୀନଙ୍କ ବିଶ୍ୱାସ ଜିଣିନାହାନ୍ତି ବରଂ ଦଳର ଜଣେ ସଚ୍ଚା ସିପାହୀ ଭାବେ ନିଜକୁ ସମର୍ପିତ କରିଛନ୍ତି । ଏଭଳି କରି ବବି ଅନ୍ୟ ନେତାଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

Post Views93 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!