ମହାପ୍ରବନ୍ଧକ ଗୌତମ ପାତ୍ର ପ୍ରଥମ ଥର ପାଇଁ ୟୁକୋ ବ୍ୟାଙ୍କ ପକ୍ଷରୁ ନୂତନ ମହାପ୍ରବନ୍ଧକ କାର୍ଯ୍ୟାଳୟର ମୁଖ୍ୟ ରୂପେ ଯୋଗଦେଇଛନ୍ତି। ଏହା ପୂର୍ବରୁ ପାତ୍ର ୟୁକୋ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ରୂପେ କାର୍ଯ୍ୟ ସମ୍ପାଦନ କରୁଥିଲେ।
ସେହିଭଳି ଉପରୋକ୍ତ ୪ ରାଜ୍ୟର ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର, ରାୟପୁର ଓ ହାଇଦ୍ରାବାଦଠାରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକରେ ଡିଜିଟାଲ ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ଅଭିବୃଦ୍ଧି ଆଣିବା ସହ ବୈଦେଶିକ ମୁଦ୍ରା କାରବାର, ରପ୍ତାନି କାରବାର ଓ ଗ୍ରାହକମାନଙ୍କୁ ବ୍ୟାଙ୍କ ସହ ଯୋଡ଼ି ରଖିବା ପାଇଁ ଅଧିକ ଧ୍ୟାନଦେବାକୁ ଉକ୍ତ କାର୍ଯ୍ୟାଳୟ କାର୍ଯ୍ୟ କରିବ।
ୟୁକୋ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରଠାରେ ଏକ ନୂତନ ମହାପ୍ରବନ୍ଧକ କାର୍ଯ୍ୟାଳୟର ଶୁଭାରମ୍ଭ କରାଯାଇଛି। ବିଶେଷକରି ବ୍ୟାଙ୍କର ବ୍ୟବସାୟିକ ଅଭିବୃଦ୍ଧି ପାଇଁ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ଭଳି ରାଜ୍ୟରେ ବ୍ୟାଙ୍କର ସାମଗ୍ରିକ ବ୍ୟବସାୟରେ ଅଭିବୃଦ୍ଧି ଆଣିବା ପାଇଁ ଉକ୍ତ ମହାପ୍ରବନ୍ଧକ କାର୍ଯ୍ୟାଳୟ କାମ କରିବ।

