ଦିଲ୍ଲୀରେ ଖେଳାଯାଇଥିଲା ବାଂଲାଦେଶ–ଶ୍ରୀଲଙ୍କା ବିଶ୍ୱକପ୍ ଲିଗ୍ ମ୍ୟାଚ୍ । ଏହି ମ୍ୟାଚରେ ରନ୍ ଆଉଟ୍ ନହେଇ ବି, ବିନା ବଲ୍ ଖେଳି ଆଉଟ୍ ହେଇଛନ୍ତି ମାଥ୍ୟୁସ୍ । ଜଣେ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେବା ପରେ ତିନି ମିନିଟ୍ ବିଳମ୍ବରେ କ୍ରିଜରେ ପହଞ୍ଚିଥିବାରୁ ବିନା ବଲ୍ ଖେଳି ଆଉଟ୍ ହେଇଛନ୍ତି ଆଞ୍ଜେଲୋ ମାଥ୍ୟୁସ୍ ।
ଆଇସିସିର ନିୟମ ମୁତାବକ ଆଞ୍ଜେଲୋ ମାଥ୍ୟୁସଙ୍କୁ ଏହି ଆଉଟ୍ ଘୋଷଣା କରିଛନ୍ତି ଫିଲଡ୍ ଅମ୍ପାୟର । ତିନି ମିନିଟ୍ ବିଳମ୍ବ କରି ପହଞ୍ଚିବା ପଛର କାରଣ ଜଣାଇଥିଲେ ମଧ୍ୟ ମାଥ୍ୟୁସଙ୍କ କୌଣସି କଥାକୁ ଶୁଣିନଥିଲେ ଅମ୍ପାୟାର । ସେ ଏହାକୁ ନେଇ ଅମ୍ପାୟାରଙ୍କ ସହ ଯୁକ୍ତି ମଧ୍ୟ କରିଥିଲେ । ହେଲେ ଶେଷରେ ମାଥ୍ୟୁସଙ୍କୁ ଆଉଟ୍ କରିଥିଲେ ମ୍ୟାଚର ଅମ୍ପାୟାର ।
ବାଲାଂଦେଶ ଦଳର କ୍ୟାପଟେନ୍ ଏବଂ ଖେଳାଳିମାନେ ନିଜ ଅପିଲକୁ ନଫେରାଇବାରୁ ପ୍ରଥମ ଖେଳାଳି ଭାବେ ଟାଇମ୍ ଆଉଟ୍ କାରଣରୁ ଆଉଟ୍ ହେଇଛନ୍ତି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଆଞ୍ଜେଲୋ ମାଥ୍ୟୁସ୍ ।

