ଦୀର୍ଘ ୨୦ ବର୍ଷ ଧରି ଜାରି ରହିଥିବା ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବିଶ୍ୱକପରେ ଭାରତର ବିଜୟ ଧାରା ଜାରି ରହିଛି। ଦଳର ଷ୍ଟାର ବ୍ୟାଟର ବିରାଟ କୋହଳି ଏହି ଐତିହାସିକ ବିଜୟର କର୍ଣ୍ଣଧାର ସାଜିଛନ୍ତି। ବାଂଲାଦେଶ ବିପକ୍ଷରେ ଶତକ ମାରିଥିବା ବିରାଟ ଆଜି ମଧ୍ୟ ସେ କାହିଁକି ଶ୍ରେଷ୍ଠ ପ୍ରମାଣ କରି ଦେଖାଇଛନ୍ତି।
୨୦୦୩ ବିଶ୍ୱକପ ପରଠାରୁ ଭାରତ କେବେ ହେଲେ ଆଇସିସିର କୌଣସି ଇଭେଣ୍ଟରେ କ୍ୱିୱି ଟିମକୁ ହରାଇ ନଥିଲା। କିନ୍ତୁ ଚଳିତ ବିଶ୍ୱକରେ ଅପରାଜେୟ ଭାରତ ଇତିହାସକୁ ବଦଳାଇଛି।
ଚଳିତ ବିଶ୍ୱକରେ ସେ କ୍ରମାଗତ ଦ୍ୱିତୀୟ ଶତକରୁ ଅଳ୍ପପ ଦୂରରେ ରହି ଯାଇଛନ୍ତି। ସେ ୧୦୪ ବଲରେ ୯୫ ରନ କରି ଆଉଟ ହୋଇଛନ୍ତି। ଯଦି ଆଜି ସେ ଶତକ ହାସଲ କରି ଥାଆନ୍ତେ, ତା’ହେଲେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଦିନିକିଆ ରେକର୍ଡର ସମକକ୍ଷ ହୋଇ ଯାଇଥାଆନ୍ତେ।

