ଆଭାଡା ଗ୍ରୁପ୍ ସହ ଜିପିଏଲ୍ ର ବୁଝାମଣା

ଦେଶର ଅଗ୍ରଣୀ ଶକ୍ତି କମ୍ପାନି ଆଭାଡା ଗ୍ରୁପ୍ ଏବଂ ଗୋପାଳପୁର ବନ୍ଦର ଲିମିଟେଡ୍ (ଜିପିଏଲ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ମିଶ୍ର, ଗୋପାଳପୁର ବନ୍ଦର ଲିମିଟେଡ୍ର ସିଇଓ ଜନାର୍ଦ୍ଦନ ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

ବିଶେଷକରି ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ମାଧ୍ୟମରେ ଗୋପାଳପୁର ବନ୍ଦରଠାରେ ଏକ ଗ୍ରୀନ୍ ଆମୋନିଆ ସଂରକ୍ଷଣ ବ୍ୟବସ୍ଥା ସ୍ଥାପନ କରାଯିବ, ଯାହା ସବୁଜ ଭବିଷ୍ୟତ ଆଡ଼କୁ ଯାତ୍ରା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେବ। ଏପରିକି ପରିବେଶ ମିତବ୍ୟୟୀ ସମାଧାନ ଗ୍ରୀନ୍ ଆମୋନିଆ ନେଟ୍ ଜିରୋ ନିର୍ଗତ ଲକ୍ଷ୍ୟ ହାସଲ କରିବାରେ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ଏହି ବୁଝାମଣା ପତ୍ର (ଏମ୍ଓୟୁ) ହେଉଛି ସେ ଦିଗରେ ଏକ ବଡ଼ ପଦକ୍ଷେପ, ଯାହାଦ୍ୱାରା ଗ୍ରୀନ୍ ଆମୋନିଆ ରପ୍ତାନି ହବ୍ରେ ପରିଣତ ହେବା ଲାଗି ତାହା ବନ୍ଦରକୁ ସକ୍ଷମ କରିବ।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!