ବାୟୁସେନା ଏକାଡେମୀର ସମାରୋହ ଅବସରରେ ଭାଷଣ ଦେବା ପରେ ମଞ୍ଚ ଉପରେ ପଡିଗଲେ ରାଷ୍ଟ୍ରପତି ଜୋ ବାଇଡେନ୍ । ମଞ୍ଚ ଉପରେ ଥିବା ବାଲି ବସ୍ତାକୁ ଝୁଣ୍ଟିି ବାଇଡେନ୍ ପଡିଯାଇଥିବା ଜଣାପଡିଛି । ରାଷ୍ଟ୍ରପତିଙ୍କ ଭାଷଣ ପାଇଁ ଟେଲିପ୍ରମ୍ପଟର୍ ରଖିବା ନିମନ୍ତେ ମଞ୍ଚ ଉପରେ ଦୁଇଟି ବାଲିବସ୍ତା ରଖାଯାଇଥିଲା।
୯୨୧ ଜଣ ସ୍ନାତକ କ୍ୟାଡେଟଙ୍କ ସହିତ କରମର୍ଦ୍ଦନ କରିବା ଲାଗି ମଞ୍ଚ ଉପରେ ରାଷ୍ଟ୍ରପତି ବାଇଡେନ୍ ପ୍ରାୟ ଦେଢ଼ଘଣ୍ଟା କାଳ ଠିଆହୋଇଥିଲେ। ଏହାପରେ ମଞ୍ଚରୁ ଓହ୍ଲାଇବା ସମୟରେ ଝୁଣ୍ଟି ପଡିଯାଇଥିଲେ ବାଇଡେନ୍ ।ତୁରନ୍ତ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ୍ ଓ ଜଣେ ବାୟୁସେନା ଅଧିକାରୀ ରାଷ୍ଟ୍ରପତି ବାଇଡେନଙ୍କୁ ଉଠାଇ ଠିଆ କରାଇଥିଲେ ।
କାହାରି ସହାୟତା ବିନା ବାଇଡେନ୍ ନିଜେ ସିଧାସଳଖ ଚାଲି ଚାଲି ଯାଇଥିଲେ। ହ୍ୱାଇଟ୍ ହାଉସ୍ କମ୍ୟୁନିକେସନ୍ସ ଡାଇରେକ୍ଟର୍ ଟୁଇଟ୍ କରି କହିଛନ୍ତି ଯେ ରାଷ୍ଟ୍ରପତି ଭଲ ଅଛନ୍ତି।

