୭ଟି ପ୍ରସଙ୍ଗରେ ବୈଠକ କରିବେ ମୋଦୀ

ପ୍ରଚାର ଅଭିଯାନ ଶେଷ ହେବା ପରେ ପୁଣିଥରେ ଆକ୍ସନ ମୋଡକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପ୍ରଧାନମନ୍ତ୍ରୀ ମାରାଥନ୍ ବୈଠକ କରିବା ନେଇ ସୂଚନା ମିଳିଛି ।

ମୋଦୀ ୭ଟି ପ୍ରସଙ୍ଗରେ ରବିବାର ବୈଠକ କରିବେ । ପ୍ରଥମେ ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ସମୀକ୍ଷା କରିବା ସହିତ ଗ୍ରୀଷ୍ମପ୍ରବାହ ନେଇ ମଧ୍ୟ ସମୀକ୍ଷା ବୈଠକ କରିବେ ମୋଦୀ ।

ତା ସହିତ ବିଶ୍ୱ ପରିବେଶ ଦିବସ ପାଳନ ନେଇ ବୈଠକ, ୧୦୦ ଦିନର ରୋଡ୍ ମ୍ୟାପ୍ ନେଇ ମୋଦୀ ବୈଠକ କରିବେ । ନୂଆ ସରକାରରେ ୧୦୦ ଦିନର ଏଜେଣ୍ଡା ଉପରେ ବୈଠକ ହେବ ବୋଲି ସୂଚନା ମିଳିଛି ।

Post Views65 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!