ନବୀନ କାହିଁକି ନମ୍ବର ୱାନ୍ ?

ଗତ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ନମ୍ବର-ୱାନ ? ନୂଆ-ଓ କାର୍ଯ୍ୟକ୍ରମ ଅଧିନରେ ଆୟୋଜିତ ବିଶ୍ବ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସଫଳତାର ରହସ୍ୟ କହିଛନ୍ତି ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସ୍କୁଲ ହେଉ କି ବୃତ୍ତିଗତ ଜୀବନରେ ଏକ ନମ୍ବର ହେବା କେତେ କଷ୍ଟ ତାହା ସମସ୍ତେ ଉପଲବ୍ଧି କରିଛନ୍ତି । କିନ୍ତୁ ଦୃଢ ଇଚ୍ଛାଶକ୍ତି, ସ୍ବଚ୍ଛତା ଓ କଠିନ ପରିଶ୍ରମ ପାଇଁ ଲଗାତାର ଭାବେ ଦୁଇ ଦଶନ୍ଧୀ ଧରି ମୁଖ୍ୟମନ୍ତ୍ରୀ ଦେଶରେ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ୨୦୦୩ରେ ଇଣ୍ଡିଆ ଟୁଡେ ରାଙ୍କିଙ୍ଗରେ ପ୍ରଥମ ଥର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ନବୀନ । ନବୀନ ପଟ୍ଟନାୟକ ଯେତେବେଳେ ଓଡିଶାର ଶାସନ ଭାର ଗ୍ରହଣ କଲେ ସେ ସମୟରେ ଦେଶକୁ ନୂଆ ନୂଆ କମ୍ପ୍ୟୁଟର ଆସୁଥାଏ । ଧିରେ ଧିରେ ଲାପଟପ, ଆଇପାଡ ଆଦି ପ୍ରବେଶ କଲା । ଏବେ ବହୁ ସଂଖ୍ୟାରେ ୨୪ ଘଣ୍ଟିଆ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆ । କେହି କିନ୍ତୁ ତାଙ୍କର ସ୍ବଚ୍ଛତାକୁ ନେଇ ଅଙ୍ଗୁଳି ଉଠାଇପାରିନାହାଁନ୍ତି । ୧୯୯୯ ମହାବାତ୍ୟାରେ ଓଡିଶାର ଅର୍ଥନୀତି ଛାରଖାର ହୋଇଯାଇଥିଲା । ସରକାରୀ କର୍ମଚାରୀଙ୍କୁ ଦରମା ଦେବାକୁ ପଇସା ନଥିଲା । ଏଭଳି ସ୍ଥିତିରେ ୨୦୦୦ ମସିହାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଲେ । ଦାୟିତ୍ବ ନେବା ପରଠାରୁ ସେ ଓଡିଶାର ଅର୍ଥନୀତି ଠାରୁ ରୋଜଗାର, କୃଷି ସର୍ବୋପରି ବିପର୍ଯ୍ୟୟ ମୁକାବିଲାରେ କିଭଳି ଓଡିଶାକୁ ସଶକ୍ତ କରାଯାଇପାରିବ ସେନେଇ ନିଜସ୍ବ ଟାର୍ଗେଟ ସ୍ଥିର କଲେ । ଏବେ ଓଡିଶା ବିପର୍ଯ୍ୟୟ ମୁକାବିଲାରେ ଗ୍ଲୋବାଲ ମଡେଲ ହୋଇଛି ।

ଏକ ସମୟରେ ରାଜ୍ୟର ଦୁଇ ତୃତୀୟାଂଶ ଲୋକ ଗରିବୀ ସୀମା ରେଖା ତଳେ ଥିଲେ, ଖାଦ୍ୟ ପାଇଁ ଆମକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା । ତେଣୁ କୃଷି କ୍ଷେତ୍ରରେ ବ୍ୟାପକ ପୁଂଜିନିବେଶ କରାଗଲା । ଏବେ ଓଡିଶା କେବଳ ଖାଦ୍ୟ ସୁରକ୍ଷାରେ ଆତ୍ମନିର୍ଭର ହୋଇନି ବରଂ ଅନ୍ୟ ରାଜ୍ୟର ଖାଦ୍ୟ ଆବଶ୍ୟକତାକୁ ପୂରଣ କରୁଛି । ଏକ ମାତ୍ର ରାଜ୍ୟ ଭାବେ ଓଡିଶାରେ ଗୋଟିଏ ଦଶନ୍ଧିରେ ଚାଷୀଙ୍କ ଆୟ ଦ୍ବିଗୁଣିତ ହୋଇଛି । ଦାରିଦ୍ର୍ୟ ହାର ୬୮ ପ୍ରତିଶତରୁ ୧୧ ପ୍ରତିଶତକୁ ହ୍ରାସ ପାଇଛି । ରାଜ୍ୟସ୍ବ ବଳକା ରାଜ୍ୟ ଭାବେ ଓଡିଶା ଦେଶରେ ଏକ ନମ୍ବର ରାଜ୍ୟର ମାନ୍ୟତା ପାଇଛି । ପୁଂଜିନିବେଶରେ ଓଡିଶା ଦେଶର ସବୁଠୁ ପଛୁଆ ରାଜ୍ୟ ଥିଲା । ଏବେ ପୁଂଜିନିବେଶକାରୀଙ୍କ ପାଇଁ ଓଡିଶା ଦ୍ବିତୀୟ ପସନ୍ଦର ରାଜ୍ୟ । କ୍ରିଡା ଭିତ୍ତଭୂମୀ ସୃଷ୍ଟି କରିବାରେ ଓଡିଶା ସାରା ବିଶ୍ବରେ ନିଜସ୍ବ ବେଞ୍ଚମାର୍କ ପ୍ରତିଷ୍ଠା କରିଛି । ବିଏସକେୱାଇ ସ୍ବାସ୍ଥ୍ୟ ସେବାରେ ବିପ୍ଲବ ଆଣିଛି । ସୁଦୂର ମାଲକାନଗିରିର ଲୋକେ ବି ବଡ ବଡ ହସ୍ପିଟାଲକୁ ଯାଇପାରୁଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉ କି ମା ସମଲେଇ ପ୍ରକଳ୍ପ ସବୁ କିଛି ରୂପାନ୍ତରର ଗୋଟିଏ ଗୋଟିଏ କ୍ଲାସିକ ଉଦାହାରଣ । ସ୍କୁଲ ରୂପାନ୍ତରଣ ରାଜ୍ୟ ସରକାରଙ୍କ ସବୁଠୁ ବଡ ସଫଳତା । ଏସବୁ ହେଉଛି ନବୀନଙ୍କ ସଫଳତାର ରହସ୍ୟ । ଯେଉଁଥିପାଇଁ ଓଡିଶାବାସୀ ତାଙ୍କୁ ଏତେ ଭଲ ପାଉଛନ୍ତି । ପ୍ରତି ନିର୍ବାଚନରେ ନବୀନଙ୍କୁ ପୂର୍ବ ଅପେକ୍ଷା ଅଧିକ ଭୋଟ ମିଳୁଛି । ଆଉ ଦୁଇ ଦଶନ୍ଧୀ ଧରି ସେ ସାରା ଦେଶରେ ନିଜର ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!