କଂଗ୍ରେସ ଏମ୍‌ପି ବସିବା ସିଟ୍‌ରୁ ମିଳିଲା ନୋଟ ବିଡା

କଂଗ୍ରେସ ବେଞ୍ଚରେ ନୋଟ ବିଡା ମିଳିବା ନେଇ ରାଜ୍ୟ ସଭାରେ ହଙ୍ଗାମା ଆରମ୍ଭ ହୋଇଛି। ଅଧ୍ୟକ୍ଷ ଜଗଦୀପ ଧନଖର ଏହି ସୂଚନା ଦେଇଛନ୍ତି। ପରେ ରାଜନୀତି ମଧ୍ୟ ଏହି ପ୍ରସଙ୍ଗରେ ଆରମ୍ଭ ହୋଇଛି। ରାଜ୍ୟ ସଭା ଆସନ ନମ୍ବର ୨୨୨ରୁ ୫୦୦ ଟଙ୍କିଆ ନୋଟ ବିଡ଼ା ମିଳିଥିଲା। ଏହି ଆସନରେ ତେଲଙ୍ଗାନାରୁ କଂଗ୍ରେସ ଏମ୍ପି ଅଭିଷେକ ମନୁ ସିଂଘଭି ବସନ୍ତି। ତେଣୁ ଏହା ତାଙ୍କୁ ହସ୍ତାନ୍ତର କରାଯାଇଛି।

ଗୃହରେ ଅଧ୍ୟକ୍ଷ ଧନଖରଙ୍କ ଏହି ଦାବିକୁ କଂଗ୍ରେସ ଏମ୍ପିମାନେ ବିରୋଧ କରିଥିଲେ। ତଦନ୍ତ ପୂର୍ବରୁ ନାମ ନିଆଯିବା ଉଚିତ ନୁହେଁ ବୋଲି କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ତେବେ ଅଭିଷେକ ମନୁ ସିଂଘଭି ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ଯେତେବେଳେ ମୁଁ ରାଜ୍ୟ ସଭାକୁ ଯାଏ, ସେତେବେଳେ ମୁଁ ୫୦୦ ଟଙ୍କିଆ ନୋଟ ନେଇଥାଏ।

ମୁଁ ଦିନ ୧୨.୫୭ରେ ଗୃହରେ ପହଞ୍ଚିଥିଲି ଏବଂ ଦିନ ୧ଟାରେ ଉଠିଲି। ତା’ପରେ ମୁଁ ଅଯୋଧ୍ୟା ଏମ୍ପି ଆୱଧେଶ ପ୍ରସାଦଙ୍କ ସହ ୧.୩୦ ପର୍ଯ୍ୟନ୍ତ କ୍ୟାଣ୍ଟିନରେ ବସିଥିଲି। ଏହା ପରେ ସେଠାରୁ ପଳାଇଥିଲି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!