ପୋଲାଭରମ୍ ପ୍ରସଙ୍ଗରେ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେଡି ଆଗରୁ ବି ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରୁଥିଲା। ଆଉ ଆଗକୁ ବି ଲଢ଼େଇ ଜାରି ରହିବ ବୋଲି ନବୀନ କହିଛନ୍ତି।
ପୋଲାଭରମ୍ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମୁଲତବୀ ରଖିଥିଲେ। କଂଗ୍ରେସ ଓ ବିଜେଡିର ନାରାବାଜି ଓ ହୋ-ହଲ୍ଲା ଯୋଗୁ ଗୃହ ଚାଲିପାରି ନ ଥିଲା।
ଫଳରେ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ। ପୋଲାଭରମ୍ ପ୍ରସଙ୍ଗ ବିଚାରାଧୀନ ଥିବାରୁ ଏହାକୁ ଅଗ୍ରାହ୍ୟ କରିଥିଲେ ବାଚସ୍ପତି। ଏହାକୁ ନେଇ ନବୀନ ପ୍ରତିକ୍ରିୟା ଦେଇଛନ୍ତି।

