ଫଡନାଭିସ ଶପଥ ବେଳେ ସୁନା ଚେନ, ମୋବାଇଲ ଫୋନ ଓ କିଛି ପର୍ସ ଚୋରି

ଡିସେମ୍ବର ୫ ତାରିଖରେ ମହାରାଷ୍ଟ୍ରର ଆଜାଦ ମୈଦାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଶପଥ ନେଇଥିଲେ। ତାଙ୍କ ସହ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ଓ ଏନସିପିର ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଶପଥ ପାଠ ଉତ୍ସବ ବେଳେ ମୈଦାନରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାଧାରଣ ଲୋକ ମଧ୍ୟ ଉପସ୍ଥିତ ରହିଥିଲେ।

ଭିଡ଼ର ଫାଇଦା ଉଠାଇ ଲୁଟେରାମାନେ ସୁନା ଚେନ, ମୋବାଇଲ ଫୋନ ଓ କିଛି ପର୍ସ ଚୋରି ହୋଇଯାଇଛି। ମୋଟ ୧୨.୪ ଲକ୍ଷ ଟଙ୍କା ଚୋରି ହୋଇଥିବା ଖବର ସାମ୍ନାକୁ ଆସିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ଶପଥ ପାଠ ଉତ୍ସବରେ ମୁମ୍ବାଇ ପୁଲିସ୍‌ ୪ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରିଥିଲା। ବିଭିନ୍ନ ସ୍ଥାନରେ ସିସିଟିଭି ଲଗା ଯାଇଥିଲା। ତଥାପି ଭିଡ଼ର ଫାଇଦା ଉଠାଇ ଗେଟ ନମ୍ବର ୨ ଦେଇ ଲୁଟେରାମାନେ ପ୍ରବେଶ କରିଛନ୍ତି।

ପୁଲିସ୍‌ ଏବେ ସିସିଟିଭି ଫୁଟେଜକୁ ଯାଞ୍ଚ କରିବାରେ ଲାଗିଛି। ସିସିଟିଭି ଫୁଟେଜ ଆଧାରାରେ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!