ଜିନ୍ଦଲ ଷ୍ଟେନ୍‌ଲେସକୁ ସ୍ବର୍ଣ୍ଣ ପୁରସ୍କାର

ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ତଥା ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍(ଜେଏସ୍ଏଲ୍)କୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଦଶମ ଇଣ୍ଡିଆ ଗ୍ରୀନ୍ ଉତ୍ପାଦନ ଚ୍ୟାଲେଞ୍ଜ (ଆଇଜିଏମ୍ସି) କାର୍ଯ୍ୟକ୍ରମରେ ଜେଏସ୍ଏଲ୍ର ହିସାର ୟୁନିଟକୁ ସମ୍ମାନଜନକ ସ୍ବର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ମୁମ୍ବାଇର ଆଇଟିସି ମରାଠାଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହ ଉତ୍ସବରେ ଜିନ୍ଦଲ ଷ୍ଟେନ୍ଲେସକୁ ସ୍ବର୍ଣ୍ଣ ପୁରସ୍କାର ଦିଆଯାଇଛି।ବିଶେଷକରି ଏହା ପରିବେଶ ଉପରେ କୁପ୍ରଭାବକୁ ହ୍ରାସ କରିବା ଏବଂ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ସହ ସ୍ଥାୟୀ ଅଭ୍ୟାସକୁ ଆପଣାଇବା ଦିଗରେ ଜିନ୍ଦଲ ଷ୍ଟେନ୍ଲେସର ପ୍ରତିବଦ୍ଧତାକୁ ଦର୍ଶାଉଛିି।

ସେହିଭଳି ଇଣ୍ଡିଆ ଗ୍ରୀନ୍ ଉତ୍ପାଦନ ଚ୍ୟାଲେଞ୍ଜ ଉତ୍ପାଦନ କ୍ଷେତ୍ରରେ ସ୍ଥାୟୀ ଏବଂ ସବୁଜ ଅଭ୍ୟାସ ଗ୍ରହଣ କରି ଉତ୍ତମ ପ୍ରଦର୍ଶନ କରିଥିବା କମ୍ପାନୀଗୁଡିକୁ ସ୍ବୀକୃତି ପ୍ରଦାନ କରିଥାଏ। ଏପରିକି କମ୍ପାନୀଗୁଡିକ ଆଇଜିଏମସି ପ୍ଲାଟଫର୍ମ ମାଧ୍ୟମରେ ସଷ୍ଟେନେବିଲିଟି ପ୍ରୟାସରେ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ତାଲିମ, ମୂଲ୍ୟାଙ୍କନ ଏବଂ ସ୍ବୀକୃତି ମାଧ୍ୟମରେ ନିରନ୍ତର ଉନ୍ନତି କରିବା ପାଇଁ ଚେଷ୍ଟା କରିଥାନ୍ତି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!