ସୁନା ଭଣ୍ଡାର ବଢାଇଲା ଭାରତ

ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ୬୦ ଟନ ସୁନା କିଣିଛନ୍ତି। ବିଶ୍ୱ ଗୋଲ୍ଡ କାଉନସିଲ (ଡବ୍ଲୁଜିସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ୨୭ ଟନ ସୁନା କ୍ରୟ କରି ଆଗରେ ରହିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ମାସିକ ରିପୋର୍ଟକୁ ଆଧାର କରି ଏହି ଡବ୍ଲ୍ୟୁଜିସି ତଥ୍ୟ ଅନୁଯାୟୀ, ଅକ୍ଟୋବର ମାସରେ ଭାରତ ଏହାର ସୁନା ଭଣ୍ଡାରକୁ ୨୭ ଟନ ବୃଦ୍ଧି କରି ଚଳିତ ବର୍ଷ ଜାନୁୟାରୀରୁ ଅକ୍ଟୋବର ମଧ୍ୟରେ ୭୭ ଟନ ନେଇଛି।

ଡବ୍ଲୁଜିସି କହିଛି ଯେ, ଆରବିଆଇ ଦ୍ୱାରା ଏହି ସୁନା କ୍ରୟ ଗତ ବର୍ଷ ସମାନ ସମୟ ତୁଳନାରେ ପାଞ୍ଚ ଗୁଣ ବୃଦ୍ଧି ହୋଇଛି। ତଥ୍ୟ ଦର୍ଶାଉଛି ଯେ ଏହି କ୍ରୟ ସହିତ ଭାରତର ମୋଟ ସୁନା ଭଣ୍ଡାର ବର୍ତ୍ତମାନ ୮୮୨ ଟନ୍ରେ ପହଞ୍ଚିଛି, ସେଥିମଧ୍ୟରୁ ୫୧୦ ଟନ ଭାରତରେ ଅଛି।

ଡବ୍ଲୁଜିସି କହିଛି ଯେ ଉଦୀୟମାନ ବଜାରର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସୁନା କିଣିବା ପ୍ରସଙ୍ଗରେ ନିଜର ପ୍ରାଧାନ୍ୟ ବଜାୟ ରଖିଛନ୍ତି। ଜାନୁଆରୀ-ଅକ୍ଟୋବର ୨୦୨୪ ମଧ୍ୟରେ ତୁର୍କୀ ଏବଂ ପୋଲାଣ୍ଡ ସେମାନଙ୍କର ସୁନା ଭଣ୍ଡାରକୁ ଯଥାକ୍ରମେ ୭୨ ଟନ ଏବଂ ୬୯ ଟନ ବୃଦ୍ଧି କରିଛନ୍ତି। ଏଥିରେ କୁହାଯାଇଛି, କେବଳ ଏହି ତିନୋଟି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ବର୍ଷ ସମୁଦାୟ ବିଶ୍ୱସ୍ତରୀୟ ନିଟ କ୍ରୟର ୬୦ ପ୍ରତିଶତ କ୍ରୟ କରିଛନ୍ତି।
ଡିସେମ୍ବର ୪ରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରା ନୀତି କମିଟିର ବୈଠକ ଶେଷ ହୋଇଛି। ଏଥର ମଧ୍ୟ ଆରବିଆଇ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!