ପୁଷ୍ପା ନାଁରେ ରୁଜୁ ହୋଇଛି ମାମଲା। ରିଲ୍ ନୁହେଁ ରିୟଲ୍ ରେ ପୁଷ୍ପରାଜ୍ ଅର୍ଥାତ ଅଲ୍ଲୁ ଅର୍ଜୁନଙ୍କ ନାଁରେ ରୁଜୁ ହୋଇଛି କେସ୍। ଥିଏଟରରେ ସ୍କ୍ରିନିଂ ସମୟରେ ଯଦି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ତେବେ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହୋଇଛି ବୋଲି ମଧ୍ୟ ପ୍ରଶ୍ନ ହେଉଛି ।
ଅଭିଯୋଗ ଅନୁସାରେ ବିନା ଅନୁମତି ଓ ଆନୁସଙ୍ଗିକ ବ୍ୟବସ୍ଥା ନଥାଇ ପ୍ରିମିୟର୍ ଶୋ’ ଏଠି ହୋଇଥିବା ଅଭିଯୋଗ ରହିଛି। ଫଳରେ ହଠାତ୍ ଏତେ ପରିମାଣର ଭିଡ଼ ଜମିଥିଲା। ଏଥିରେ ଶ୍ୱାସରୁଦ୍ଧ ହୋଇ ୩୫ ବର୍ଷିୟା ରେବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୧୩ ବର୍ଷର ପୁଅ ଆହତ ହୋଇଛନ୍ତି। ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଥିଏଟରରେ ସ୍କ୍ରିନିଂ ସମୟରେ ଯଦି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ତେବେ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହୋଇଛି ।

