୬୦ ବର୍ଷ ବୟସରେ ସେ ୪୪ ବର୍ଷୀୟା ଅଭିନେତ୍ରୀ ପବିତ୍ରା ଲୋକେଶଙ୍କୁ ନିଜ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି ସାଉଥ୍ ଷ୍ଟାର ମହେଶ ବାବୁଙ୍କ ଭାଇ ତଥା ଅଭିନେତା ନରେଶ । ।ନରେଶ ବାବୁ ଏହା ପୂର୍ବରୁ ୩ଥର ବିବାହ କରିଛନ୍ତି ।
ପ୍ରଥମ ୩ ପତ୍ନୀ ଜଣେ ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ କନ୍ୟା ହୋଇଥିବାବେଳେ ଏବେ ତାଙ୍କର ଚତୁର୍ଥ ବିବାହକୁ ନେଇ ତାଙ୍କୁ ଅନେକ ତାତ୍ସଲ୍ୟର ଶିକାର ହେବାକୁ ପଡୁଛି ।
ନିଜର କିଛି ଖାସ୍ ବନ୍ଧୁଙ୍କ ଗହଣରେ ଅତି ନିରାଡମ୍ବର ଭାବେ ଏହି ବିବାହ କରିଛନ୍ତି ନରେଶ ।
ବିବାହର କିଛି ଭିଡିଓ ଟ୍ୱିଟରରେ ସେୟାର କରିବା ସହ ସେ ଲେଖିଛନ୍ତି ଯେ, ‘ ଆମର ଏହି ନୂଆ ଜୀବନ ଯାତ୍ରାରେ ଆଜୀବନ ଶାନ୍ତି ସୁଖ ପାଇଁ ସମସ୍ତଙ୍କର ଆଶୀର୍ବାଦ ଓ ପ୍ରାର୍ଥନା ଆବଶ୍ୟକ’

