ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ । ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ମିଳିବ ଫାଲକେ ସମ୍ମାନ । ଏନେଇ ଟ୍ବିଟ୍ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ମିଥୁନ ୧୯୭୬ରେ ଏକ ଫିଲ୍ମରେ ଛୋଟ ଭୂମିକାରୁ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରଟି ଥିଲା ‘ଦୋ ଅନଞ୍ଜାନେ’। ତା’ପରେ ସେ ୧୯୭୭ରେ ଫିଲ୍ମରେ ଲିଡ୍ ଅଭିନୟ କରିବାରେ ସୁଯୋଗ ପାଇଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ମୃଗୟା’। ଏହି ଫିଲ୍ମ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୮୨ ମସିହାରେ ତାଙ୍କର ଚଳଚ୍ଚିତ୍ର ‘ଡିସ୍କୋ ଡାନ୍ସର୍’ ମୁକ୍ତିଲାଭ କରିଥିଲା, ଯାହା ପରେ ସେ ଲାଇମ୍ ଲାଇଟ୍କୁ ଆସିଥିଲେ। ଏହି ଫିଲ୍ମଟି ବଲିଉଡରେ ବ୍ଲକବଷ୍ଟର ହିଟ୍ ହୋଇଥିଲା। ଏହି ଫିଲ୍ମଟି କେବଳ ଭାରତ ନୁହେଁ ଏସିଆ, ସୋଭିଏତ୍ ୟୁନିଅନ୍, ପୂର୍ବ ୟୁରୋପ, ମଧ୍ୟ ପୂର୍ବ, ତୁର୍କୀ ଏବଂ ଆଫ୍ରିକାରେ ଜବରଦସ୍ତ ବ୍ୟବସାୟ କରିଥିଲା।

